ଆବୁଧାବି: ଏଠାରେ ସୋମବାରଠୁ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ୍ର ପ୍ରଥମ ଦିବସରେ ପାକ୍ ବୋଲରମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ଟସ୍ ଜିତି ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସନ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବେଳେ ଦଳ ପ୍ରଥମ ଦିବସରେ ୭ ୱିକେଟ୍ ହରାଇ କରିଛି ୨୨୯ ରନ୍। ୱିଲିୟମ୍ସନ୍ (୮୯) ଏକମାତ୍ର ଅର୍ଧଶତକ ହାସଲ କରିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ ୪୫, ୱିକେଟ୍ରକ୍ଷକ ବିଜେ ୱାଟ୍ଲିଙ୍ଗ୍ ଅପରାଜିତ ୪୨, କଲିନ୍ ଡି ଗ୍ରାଣ୍ଡ୍ହୋମେ ୨୦ ଓ ସୋମରଭିଲ୍ଲେ ଅପରାଜିତ ୧୨ ରନ୍ କରିଛନ୍ତି। ପାକିସ୍ତାନ ପକ୍ଷରୁ ୟାସିର୍ ଶାହା ୩, ବିଲାଲ ଆସିଫ୍ ୨, ହାସନ୍ ଅଲ୍ଲୀ ଓ ସାହିନ୍ ଶାହା ଆଫ୍ରିଦି ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି।