ଭୁବନେଶ୍ବର: ଦ୍ବିତୀୟ ହକି ଇଣ୍ଡିଆ ଏକାଡେମି ଏ ଓ ବି ଜୋନ୍ ହକିରେ ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚ ଗୁଣବତ୍ତା କେନ୍ଦ୍ର (ଏଚ୍ପିସି) ବିଜେତା ହୋଇଛି। ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ଏହି ଦଳ ୫-୩ (୨-୨) ସୁଟ୍ଆଉଟ୍ରେ ରାଉଣ୍ଡଗ୍ଲାସ୍ ପଞ୍ଜାବ ହକି କ୍ଲବ୍ ଏକାଡେମିକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଓଡ଼ିଶା ନାଭାଲ ଟାଟା ଏଚ୍ପିସିର ପ୍ରଭଜୋତ କୌର (୩୪ ମିନିଟ୍) ଓ ସୁରେଖା ବାହାଲା (୫୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସୁଟ୍ଆଉଟ୍ରେ ଚେତନାରାଣୀ ଦାସ ଦୁଇଟି, ପ୍ରଗଜୋତ, ଆନନ୍ଦିତା ଟୋପ୍ପୋ ଓ ପ୍ରଜ୍ଞା ପଟେଲ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ବାଳକରେ ଓଡ଼ିଶା ନାଭାଲ ଟାଟା ଏଚ୍ପିସି ଦଳ ମଧ୍ୟ ବିଜୟୀ ହୋଇ ଆଗକୁ ବଢ଼ିଛି। ଏହି ଦଳ ୬-୦ ଗୋଲ୍ରେ ଭାଇ ବେହଲୋ ହକି ଏକାଡେମି ଭାଗତାକୁ ହରାଇଛି। ଦଳ ପକ୍ଷରୁ ୟୋଜିନ ମିଞ୍ଜ (୨୯, ୫୨, ୫୫ ମିନିଟ୍) ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ଅଜୟ ଖାଲ୍ଖୋ (୩୫, ୫୦ ମିନିଟ୍) ଦୁଇଟି ଏବଂ ପ୍ରୀତମ ଏକ୍କା (୧୪ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ।