୧୯ ବର୍ଷରୁ କମ୍‌ ଏସିଆ କପ୍‌: କ୍ରମାଗତ ୩ୟ ବିଜୟ ସହ ସେମିଫାଇନାରେ ଭାରତ, ବାହାରିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ‘ଏସିସି ୧୯ ବର୍ଷରୁ କମ୍‌ ଏସିଆ କପ୍‌’ରେର ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌କୁ ୩ ଓ୍ଵିକେଟରେ ପରାସ୍ତ କରିଛି। ଭାରତର ଏହା ଏହି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଭାରତ ନିଜର ପ୍ରଥମ ମ୍ୟାଚ୍‌ ଓ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଭାରତ ପୂର୍ବରୁ ପରାସ୍ତ କରିଛି। ବର୍ତ୍ତମାନ ଭାରତ ‘ଗ୍ରୁପ-ଏ’ରେ ୩ଟି ମ୍ୟାଚ୍‌ରେ ବିଜୟୀ ହେବା ପରେ ୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ହାସଲ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି।

ଭାରତ ଓ ଆଫଗାନିସ୍ତାନ ମ୍ୟାଚ କଲମ୍ବୋ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଛି। ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନକୁ ୪୦.୧ ଓଭରରେ ମାତ୍ର ୧୨୪ ରନ୍‌ରେ ଆଉଟ୍‌ କରିଛି। ସୁଶାନ୍ତ ମିଶ୍ର (୫/୨୦) ଏବଂ ଅଥର୍ବ ଓକୋଲେକର (୪/୧୬) ସବୁଠାରୁ ସଫଳ ବୋଲର ବିବେଚିତ ହୋଇଛନ୍ତି।

ଭାରତ ପାଇଁ ବିଜୟ ଲକ୍ଷ୍ୟ ସହଜ ଥିଲା କିନ୍ତୁ ଆଫଗାନିସ୍ତାନ ଅଡୁଆରେ ପକାଇବା ପାଇଁ ଉଦ୍ୟମ କରିଥିଲା। ଭାରତ ୩୮.୪ ଓଭରରେ ୭ ଓ୍ଵିକେଟ ହରାଇ ୧୨୮ ରନ ସଂଗ୍ରହ କରିବା ସହିତ ମ୍ୟାଚ ଜିତିଛି। ଆଫଗାନିସ୍ତାନ ତରଫରୁ ନୁର ଅହମଦ ସର୍ବାଧିକ ୪ ଓ୍ଵିକେଟ ନେଇଛନ୍ତି। ଏକଦା ଅର୍ଜୁନ ଆଜାଦ (୨୧), ଶଶାଙ୍କ ରାଓତ (୨୯) ଓ ସଲିଲ ଓରୋରା (୨୯)ଙ୍କ ବ୍ୟାଟିଂ ବଳରେ ୧ ଓ୍ଵିକେଟ ହରାଇ ୮୦ ରନ ସଂଗ୍ରହ କରି ସହଜ ବିଜୟ ଦିଗକୁ ଅଗ୍ରସର ହେଉଥିଲା।

ସମ୍ବନ୍ଧିତ ଖବର