ମୁମ୍ବାଇ: କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନଙ୍କ ଆଇପିଏଲ୍‌ ପଦାର୍ପଣ ଅପେକ୍ଷାର ଅନ୍ତ ଘଟିଛି। ଗତ ରବିବାର ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ୍‌ ପଦାର୍ପଣ ସୁଯୋଗ ପାଇଥିଲେ।

Advertisment

ସୂର୍ଯ୍ୟକୁମାର ଟସ୍‌ ଜିତି ପ୍ରଥମେ ‌କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ ଏବଂ ଅର୍ଜୁନଙ୍କୁ ପ୍ରଥମ ଓଭର ବୋଲିଂ କରିବାକୁ ଦେଇଥିଲେ। ଅର୍ଜୁନ ତାଙ୍କ ୨ ଓଭରରେ ୧୭ ରନ୍‌ ବ୍ୟୟ କରିଥିଲେ। ଅର୍ଜୁନଙ୍କ ପଦାର୍ପଣ ମ୍ୟାଚ୍‌କୁ ଦେଖିବାକୁ ତାଙ୍କ ଭଉଣୀ ସାରା ଷ୍ଟାଡିୟମରେ ଉପ‌ସ୍ଥିତ ରହି ଚିୟର କରିଥିଲେ। ଏଥିସହିତ ପଡ଼ିଆରେ ସଚିନ ତେନ୍ଦୁଲକରଙ୍କ ପୁଅକୁ ଆଇପିଏଲ ଖେଳୁଥିବା ଦେଖି ବଲିଉଡର କିଙ୍ଗ ଶାହାରୁଖ ଖାନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଶାହାରୁଖ କହିଛନ୍ତି,‘ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିବା ଅର୍ଜୁନ ନିକଟରେ କୋଲକାତା ନାଇଟ ରାଇଡର୍ସକୁ ଭେଟିଥିଲେ। ମୁଁ ନିଜ ଆଖି ସାମ୍ନାରେ ମୋର ସାଙ୍ଗ ପୁଅକୁ ଖେଳୁଥିବା ଦେଖି ଭାବବିହ୍ବଳ ହୋଇଯାଇଥିଲି। ଆଇପିଏଲରେ ଖେଳ ଯେତେବି କଡ଼ାକଡ଼ି ହୋଇଥାଉ ନା କାହିଁ ସାଙ୍ଗ ପୁଅକୁ ପଡ଼ିଆରେ ଖେଳୁଥିବା ଦେଖିବାର ଅନୁଭବ କିଛି ଭିନ୍ନ ରହିଛି।’

ଶାହାରୁଖ ସଚିନଙ୍କୁ ଟ୍ୟାଗ କରି ଲେଖିଛନ୍ତି,‘ ସଚିନ ଏହା କେତେ ଗର୍ବର ମୁହୂର୍ତ୍ତ। ଅର୍ଜୁନଙ୍କୁ ଅନେକ ଅନେକ ଶୁଭକାମନା। ଏମିତି ସେ ଆଗେଇ ବଢ଼ି ଚାଲୁ। ଆଗକୁ ଯାଇ ସେ ଖୁବ ସଫଳତା ପାଉ।’