ଅନ୍ତର୍ଜାତୀୟ ଭଲିବଲ୍‍ କଂଗ୍ରେସରେ ଯୋଗଦେଲେ ଅଚ୍ୟୁତ

ଭୁବନେଶ୍ୱର : ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି। ନେଦରଲାଣ୍ଡ୍‌ସରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍‍ ସଂଘ (ଏଫ୍‍ଆଇଭିବି)ର ୩୮ତମ ବିଶ୍ୱ ସମ୍ମିଳନୀରେ ଯୋଗଦେଇ ଭାରତ ଏବଂ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍‍ ଅଧିକ ପ୍ରସାର ଲାଭ କରିବ ସେ ନେଇ ଶ୍ରୀ ସାମନ୍ତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‍ ସଂଘ ଓ କନ୍‌ଫେଡେରେସନ୍‍ର ସଭାପତି ଯୋଗଦେଇଛନ୍ତି। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଭଲିବଲ୍‍ର ବିକାଶ ନେଇ ବ୍ୟାପକ ଆଲୋଚନା ହେବ। ଏଫ୍‍ଆଇଭିବି ସହଯୋଗରେ କିଟ୍‍ ଓ କିସ୍‍ରେ ଏକ ଜାତୀୟ ଭଲିବଲ୍‍ ଏକାଡେମି ଓ କିସ୍‍କୁ ଏଫ୍‍ଆଇଭିବି ଭଲିବଲ୍‍ ଫର ସ୍କୁଲ୍‍ର ଭାରତୀୟ ନୋଡାଲ୍‍ ସେଣ୍ଟର କରିବା ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର