ପ୍ରଭାକରଙ୍କ ପତ୍ନୀଙ୍କଠୁ ଲୁଟ୍‌

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍‌ ମନୋଜ ପ୍ରଭାକରଙ୍କ ପତ୍ନୀ ଫରୀନ୍‌ ନିଜ ଗାଡ଼ିରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କଠୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଛନ୍ତି। ଶନିବାର ପୂର୍ବାହ୍ନ ୧୧.୧୫ରେ ନିଜ ଗାଡ଼ିରେ ଯାଉଥିବା ବେଳେ ନାଲି ଲାଇଟ୍‌ ସଙ୍କେତ ଦେଖି ଟ୍ରାଫିକ୍‌ଠାରେ ଅଟକିଥିଲେ। ଏହି ସମୟ‌େର ଦୁଇ ଜଣ ଯୁବକ ତାଙ୍କ ବାମ ପଟ ‌କାଚ ଠକ୍‌ ଠକ୍‌ କରିଥିଲେ। ଫରୀନ୍‌ ବାମ ପଟ କାଚ ଖୋଲିଲା ବେଳକୁ ଆଉ ଦୁଇ ଜଣ ଡ୍ରାଇଭର ସିଟ୍‌ ପାର୍ଶ୍ବ କାଚ ଠକ୍ ଠକ୍ କରିଥିଲେ। ସେପଟକୁ ଚାହିଁଲା ‌ବେଳେକୁ ବାମ ପଟ ସିଟ୍‌ରେ ଥିବା ତାଙ୍କ ମୋବାଇଲ୍‌କୁ ଦୁର୍ବୃତ୍ତ ଲୁଟି ନେଇଥିଲେ। ଅଘଟଣଟି ନୂଆଦିଲ୍ଲୀ ସାକେତ ଥାନା ନିକଟ ପ୍ରେସ୍‌ ଏନ୍‌କ୍ଲେଭ ରୋଡ୍‌ଠାରେ ହୋଇଥିଲା। ଲୁଟ ପରେ ଫରୀନ ନିଜ ସ୍ବାମୀଙ୍କୁ ଜଣାଇବା ସହ ପିସିଆର୍‌କୁ ଡାକିଥିଲେ ଏବଂ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର