ୟୁଏଇ ଟି୨୦ ଲିଗରେ ଟିମ୍ କିଣିବେ ଶାହାରୁଖ୍ ଖାନ, ମାଞ୍ଚେଷ୍ଟର ୟୁନାଇଟେଡ୍ ବି ଅଛି ତାଲିକାରେ

ଦୁବାଇ: ଆଇପିଏଲ୍ ଭଳି ଦୁବାଇରେ ବି ଖେଳାଯିବ ଟି୨୦ ଲିଗ୍। ଖୁବ୍ ଶୀଘ୍ର ଏମିରଟ୍ସ୍ କ୍ରିକେଟ୍ ବୋର୍ଡ(ଇସିବି) ଏହାର ଘୋଷଣା କରିପାରେ। ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ ଏହାର ଅଂଶ ହୋଇପାରନ୍ତି। ଆଇପିଏଲ୍ ଓ କାରିବିୟାନ୍ ପ୍ରିମିଅର୍ ଲିଗ୍(ସିପିଏଲ୍) ରେ ଶାହାରୁଖ୍ ଖାନ ପୂର୍ବରୁ ଦଳ କିଣି ସାରିଛନ୍ତି। ଏହା ତାଙ୍କର ତୃତୀୟ ଦଳ ହେବ। ୟୁଏଇରେ ତାଙ୍କର ଅନେକ ପ୍ରଶଂସକ ଥିବାରୁ ସେ ୟୁଏଇରେ ଟି୨୦ ଦଳ କିଣିବାକୁ ଚାହୁଁଛନ୍ତି।

ଏକ ଜାତୀୟ କ୍ରିକେଟ୍ ଓ୍ୱେବସାଇଟ୍ ଅନୁସାରେ ଏଥିରେ ୬ଟି ଦଳ ଭାଗନେବେ। ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ମୁକେଶ ଅମ୍ବାନୀ, ଦିଲ୍ଲୀ କ୍ୟାପିଟାଲ୍ସର ଚେୟାରମ୍ୟାନ୍, ଇଂଲିଶ୍ ଫୁଟବଲ୍ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡର ମାଲିକ ଗ୍ଲେଜର୍ ପରିବାର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରରେ ଦଳ କିଣିବାକୁ ଯାଉଛନ୍ତି। ଏହା ପୂର୍ବରୁ ଗ୍ଲେଜର୍ ପରିବାର ଆଇପିଏଲର ଦୁଇଟି ନିଲାମରେ ଭାଗ ନେଇଥିଲା କିନ୍ତୁ ଦଳ କିଣିବାକୁ ସକ୍ଷମ ହୋଇନଥିଲା। ଅଦାନୀ ଗ୍ରୁପ୍ ସହ ମଧ୍ୟ ଏମିରଟ୍ସ୍ କ୍ରିକେଟ୍ ବୋର୍ଡର ଚୁକ୍ତି ହୋଇଯାଇଛି। ଇସିବି ସିଧା ଗୌତମ ଆଦାନୀଙ୍କ ସହ କଥା ହୋଇଛି। ଆଦାନୀ ଗ୍ରୁପ୍ ଦଳ କିଣିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟକୁ ଆଇସିସି ଦ୍ଵାରା ମାନ୍ୟତା ମଧ୍ୟ ମିଳିଯାଇଛି, ଏହାର ନାମ ଟୁର୍ଣ୍ଣାମେଣ୍ଟର ନାମ ୟୁଏଇ ଟି୨୦ ଲିଗ୍ ରଖାଯାଇଛି।

ଇସିବି ଜୁନ୍ ଜୁଲାଇରେ ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରିବାକୁ ଯାଉଛି। ୟୁଏଇରେ ଦେଶର ସ୍ଥାନୀୟ ଖେଳାଳିଙ୍କ ଅଭାବ ଅଛି ତେଣୁ ଟୁର୍ଣ୍ଣାମେଣ୍ଟ ବିଦେଶୀ ଖେଳାଳିଙ୍କ ଉପରେ ନିର୍ଭର କରୁଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ରାତିରେ ଖେଳାଯିବ। ଏମିରଟ୍ସ୍ କ୍ରିକେଟ୍ ବୋର୍ଡ ପୂର୍ବରୁ ହିଁ ଟୁର୍ଣ୍ଣାମେଣ୍ଟର ମିଡିଆ ପ୍ରସାରଣର ଅଧିକାର ୧୨୦ ମିଲିଅନ୍ ଆମେରିକୀୟ ଡଲାରରେ ୧୦ ବର୍ଷ ପାଇଁ ବିକ୍ରି କରି ସାରିଛି।

ସମ୍ବନ୍ଧିତ ଖବର