ଭୁବନେଶ୍ୱର: ଉଦୀୟମାନ ଚେସ୍ ଖେଳାଳି ସିଦ୍ଧାନ୍ତ ମହାପାତ୍ରଙ୍କୁ ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଶୁକ୍ରବାର ଧାମରା ବନ୍ଦର ପରିସରରେ ସିନ୍ଧାନ୍ତଙ୍କୁ ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ସୋଜନ୍ୟମୂଳକ ସାକ୍ଷାତ କରିବା ସହ ସମ୍ବର୍ଧିତ କରିଥିଲେ। ଭଦ୍ରକ ଜିଲ୍ଲା ଚୂଡାମଣି ଗ୍ରାମର ଜ୍ୟୋସ୍ନାମୟୀ ଓ ମୁକ୍ତିକାନ୍ତ ମହାପାତ୍ରଙ୍କ ସୁପୁତ୍ର ସିଦ୍ଧାନ୍ତ ପୂର୍ବରୁ ରାଜ୍ୟ, ଦେଶ ଏବଂ ଆନ୍ତର୍ଜାତୀୟସ୍ତରରେ ବହୁ କୃତିତ୍ୱ ହାସଲ କରିସାରିଛନ୍ତି। ସଂପ୍ରତି ସେ ଇଟାଲିରେ ଆୟୋଜିତ ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଉପଲକ୍ଷେ ଆଦାନୀ ଫାଉଣ୍ଡେସନ୍ ତରଫରୁ ଇଟାଲି ବିମାନ ଯାତାୟତ ଖର୍ଚ ରାଶିି ପ୍ରଦାନ କରାଯାଇଛି। ସିଦ୍ଧାନ୍ତ ଓଡ଼ିଶାର ଷଷ୍ଠ ଅର୍ନ୍ତଜାତୀୟ ମାଷ୍ଟର (ଆଇଏମ୍)। ଏହି ଅବସରରେ ଆଦାନୀ ଫାଉଣ୍ଡେସନକୁ ଧନ୍ୟବାଦ ଦେବା ସହ ନିକଟ ଭବିଷ୍ୟତରେ ଗ୍ରାଣ୍ଡ ମାଷ୍ଟର ଟାଇଟଲ୍ ଜିତିବା ଲକ୍ଷ୍ୟ ଏବଂ ଏଥି ପାଇଁ ସହଯୋଗ କାମନା କରୁଛି ବୋଲି ସିଦ୍ଧାନ୍ତ କହିଥିଲେ।
ଆଇଏମ୍ ସିଦ୍ଧାନ୍ତଙ୍କୁୁ ଆଦାନୀର ପ୍ରୋତ୍ସାହନ
/sambad/media/post_attachments/wp-content/uploads/2017/11/5-Adani-Foundation-sponshorimg-Chess-Master-Sidhant-Mohapatra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)