ଆଡିଲେଡ୍ : ଆଡିଲେଡ୍ ଟେଷ୍ଟର ପ୍ରଥମ ଦିନରେ ଭାରତ ୧୮୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ୧ ଓ୍ବିକେଟ ହରାଇ ୮୬ ରନ କରିଛି । ଏହା ସହିତ ଆଜିର ଷ୍ଟମ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୯୪ ରନର ପଛୁଆ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ନାଥମ ମାକସ୍ବିନି ୨୦ ରନ ଓ ମାର୍ନସ ଲାବୁସେନ ୩୮ ରନ କରି ଖେଳୁଛନ୍ତି । ଓପନର ଉସମାନ ଖ୍ବାଜାଙ୍କ ଓ୍ବିକେଟ ଯଶପ୍ରୀତ ବୁମରା ହାସଲ କରିଥିଲେ । ଖ୍ବାଜା ୧୩ ରନ କରିଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ କେଏଲ ରାହୁଲ ଓ ଶୁଭମନ ଗିଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଗିଲ ୩୧ ଓ ରାହୁଲ ୩୭ ରନ କରିଥିଲେ । ତେବେ ବିରାଟ କୋହଲି ମାତ୍ର ୧ ରନ କରି ଆଉଟ ହୋଇଥିଲେ । ରୋହିତ ଶର୍ମା ବି ମାତ୍ର ୩ ରନ କରି ଆଉଟ ହୋଇଥିଲେ । ତେବେ ନୀତିଶ ରେଡ୍ଡି ୪୨ ରନ ଓ ଆର.ଅଶ୍ବୀନ ୨୨ ରନ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/06/842blYrlCqg5qxxZmDwo.jpg)