ରୋଚକ ମୋଡ଼ରେ ଆଡିଲେଡ୍ ଟେଷ୍ଟ, ଅଷ୍ଟ୍ରେଲିଆ ୧୯୧ରେ ଅଲଆଉଟ୍

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାରତୀୟ ଦଳର ପ୍ରଥମ ଇନିଂସ  ସ୍କୋର ୨୪୪  ଜବାବରେ ଅଷ୍ଟ୍ରେଲିଆ ଦଳ ୧୯୧ ରନରେ ଅଲଆଉଟ୍ ହୋଇଯାଇଛି ।

ଭାରତର ଅଭିଜ୍ଞ ସ୍ପିନର ଆର.ଅଶ୍ବୀନଙ୍କ ଘାତକ ବୋଲିଂର ସାମନା କରିନପାରି ଅଷ୍ଟ୍ରେଲିଆର ବ୍ୟାଟିଂ ଧରାଶାୟୀ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଟିମ ପାଇନ ସର୍ବାଧିକ ୭୩ ରନ ଓ ଲାବୁସଚେନ ୪୭ ରନ କରିଥିଲେ । ହେଲେ ଆଉ କେହି ସଫଳ ହୋଇପାରିନଥିଲେ । ଭାରତ ପକ୍ଷରୁ ଅଶ୍ୱିନୀ ୪, ଉମେଶ ଯାଦବ ୩ ଓ ବୁମରା ୨ଟି ୱିକେଟ ହାସଲ କରିଛନ୍ତି ।

ପ୍ରଥମ ଇନିଂସରେ ୫୩ ରନରେ ଅଗ୍ରଣୀ ରହିଥିବା ଭାରତ ଆଜି ଷ୍ଟମ୍ସ ଅପସାରଣ ବେଳକୁ ଗୋଟିଏ ଓ୍ବିକେଟ ହରାଇ ୯ ରନ କରିଛି । ଫଳରେ ଭାରତ ଏବେ ୬୨ ରନରେ ଅଗ୍ରଣୀ ରହିଛି ।

ଏହି ଡେ ନାଇଟ ଟେଷ୍ଟରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।  ଦଳ ପକ୍ଷରୁ କୋହଲି ୭୪, ଚେତେଶ୍ୱର ପୂଜାରା ୪୩, ରାହାଣେ ୪୨ ରନ କରିଥିଲେ । ହେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଗତ କାଲି ଖେଳ ଶେଷ ବେଳକୁ ଭାରତ  ୬ ଓ୍ବିକେଟ ହରାଇ ୨୩୩ ରନ ସଂଗ୍ରହ କରିଥିବାବେଳେ ଆଜି ଆଉ ମାତ୍ର ୧୧ ରନ ଯୋଗ କରି ଅର୍ଥାତ ୨୪୪ ରନରେ ଅଲଆଉଟ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର