ଆମନ୍ତ୍ରଣୀୟ ଚେସ୍‌ରେ ଆଦିତ୍ୟ, ଆୟୁଷୀ ବିଜେତା 

କଟକ: ବାଦାମବାଡ଼ି ବରାଳଲେନ୍‌ଠାରେ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆମନ୍ତ୍ରଣୀୟ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାର ବାଳିକା ବିଭାଗରେ ଆୟୁଷୀ ଦାସ ସର୍ବାଧିକ ୯ ପଏଣ୍ଟ ହାସଲ କରି ବିଜେତା ହୋଇଥିଲା ବେଳେ ସିମି ସ୍ୱୀକୃତି (୮) ଦ୍ୱିତୀୟ ଓ ନିତିଶା ସୁର (୬.୫) ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ବାଳକ ବିଭାଗରେ ଆଦିତ୍ୟ ନାରାୟଣ ମହାନ୍ତି ସାଢେ ୭ ପଏଣ୍ଟ ପାଇ ଶୀର୍ଷରେ ରହିଥିଲେ। ତାଙ୍କ ପଛକୁ ଅଭିଜିତ ଜେନା ୭, ଏ ରାମାନୁଜ ସାଢେ ୬ ପଏଣ୍ଟ ପାଇଥିଲେ। ବିଗ୍‌ନର ବାଳକ ବିଭାଗରେ ଡିପିଏସ୍‌ କଳିଙ୍ଗର ଉମଙ୍ଗ ନେହର ଓ ବାଳିକାରେ ନିଲିସା ଯଥାକ୍ରମେ ବିଜେତା ହୋଇଥିଲେ। ପ୍ରି-ବିଗ୍‌ନର ବିଭାଗରେ ଆଧେବ ରଥ ୫ ପଏଣ୍ଟ, ଆଡ୍‌ଭାନ୍ସ ବିଭାଗରେ ବିଶ୍ୱପ୍ରିତ ଦାସ ସାଢେ ୩ ପଏଣ୍ଟ ପାଇ ଶୀର୍ଷରେ ରହିଥିଲେ। କେନ୍ଦ୍ର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଆୟକର ଅଧିକାରୀ ତଥା ରାଜ୍ୟ ଚେସ୍‌ ସଂଘ ଉପସଭାପତି ରଂଜନ ମହାନ୍ତି ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଶିକ୍ଷକ ଚୈତନ୍ୟ ରାଉତ ଓ ସୂର୍ଯ୍ୟମିତ୍ର ସେନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର