ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ କ୍ରୀଡ଼ା ‘ଚକି ଖେଳ’ର ପୁନରୁଦ୍ଧାର କରିଛି ଟାଟା ଷ୍ଟିଲ୍। ବିଲୁପ୍ତ ହେବାକୁ ବସିଥିବା ଏହି କ୍ରୀଡ଼ା ଜୁଆଙ୍ଗ ଆଦିବାସୀଙ୍କ ଲୋକ ପ୍ରିୟ ଖେଳ। ଗୋଟିଏ ବାଡ଼ି ଏବଂ ଏକ ଗୋଲାକାର ବଲ୍ (ସ୍ଲିପର୍ରୁ ତିଆରି)କୁ ନେଇ ଦୁଇଟି ଦଳ ମଧ୍ୟରେ ଏହି ଖେଳ ଖେଳାଯାଇଥାଏ। ପ୍ରତି ଦଳରେ ୭ କିମ୍ବା ୯ ଜଣ ସଦସ୍ୟ ରହିଥାନ୍ତି। ଏହା ପ୍ରାୟ ସୁକିନ୍ଦା ବ୍ଲକ୍ର ଚିଙ୍ଗୁଡ଼ିପାଳ ପଂଚାୟତର ଆଦିବାସୀଙ୍କ ସମେତ କେନ୍ଦୁଝର ଏବଂ ଢେଙ୍କାନାଳରେ ମଧ୍ୟ ଖେଳାଯାଇଥାଏ। ସୁକିନ୍ଦା ଓ ଯାଜପୁରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହାର ପ୍ରଚାର ପ୍ରସାର ପାଇଁ ଚିଙ୍ଗୁଡ଼ିପାଳ ପଞ୍ଚାୟତର କିଛି ପୁରୁଣା ଖେଳାଳିଙ୍କୁ ନେଇ ଟାଟା ଷ୍ଟିଲ୍ ଉଦ୍ୟମ ଆରମ୍ଭ କରିଛି। ନିକଟରେ ମଧ୍ୟ ଟାଟା ଷ୍ଟିଲ୍ ସହଯୋଗରେ ଚିଙ୍ଗୁଡ଼ିପାଳ ପଞ୍ଚାୟତର କୁମ୍ଡ଼ିବାହାଳିର ୟଙ୍ଗ୍ ଉତ୍କଳ କ୍ଲବ୍ ପକ୍ଷରୁ ଚକି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। କେନ୍ଦୁଝର, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ୬୨ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କମ୍ପାନି ପକ୍ଷରୁ ଅର୍ଡାପାଳ ଗ୍ରାମରେ ଏକ ଅନ୍ତଃଗ୍ରାମ ଚକି ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା। ଚିଙ୍ଗୁଡ଼ିପାଳ ପଂଚାୟତର ୨୦ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ।
ଆଦିବାସୀ କ୍ରୀଡ଼ା ‘ଚକି ଖେଳ’ର ପୁନରୁଦ୍ଧାର
/sambad/media/post_attachments/wp-content/uploads/2018/07/1-Chaki-Khela.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)