କଟକ: ମାଲଗୋଦାମ ଆଦର୍ଶ କ୍ଲବ୍ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ଭୁବନେଶ୍ୱରର ୟାଜଦାନି କ୍ଲବ୍-୭୩ ଟାଇବ୍ରେକର ୨-୦ ଗୋଲ୍ରେ ଚାନ୍ଦ୍ କ୍ଲବ୍କୁ ହରାଇ ବିଜେତା ଆଖ୍ୟା ହାତେଇ ନେଇଛି। ସେମି ଫାଇନାଲ୍ରେ ଚାନ୍ଦ୍ କ୍ଲବ୍ ୧-୦ରେ ମଙ୍ଗଳା କ୍ଲବ୍କୁ ଏବଂ ୟାଜଦାନି କ୍ଲବ୍ ୪-୧ ଟାଇବ୍ରେକରରେ ଇଣ୍ଡିପେଣ୍ଡେଣ୍ଟ କ୍ଲବ୍କୁ ହରାଇଥିଲା। ଫାଇନାଲ୍ ମ୍ୟାଚ୍କୁ ଜ୍ୟୋତି ରଂଜନ ସ୍ୱାଇଁ, ଦୈତାରୀ କୋରୁଆ, ତନୁଜ ଶ୍ରୀଚନ୍ଦନ, ଭୋଳାନାଥ ମହାକୁଳ, ସେକ୍ ହାୟତ, ଭୀମ ଛେତ୍ରୀ ପରିଚାଳନା କରିଥିଲେ।
ଉଦ୍ଯାପନୀ ଉତ୍ସବରେ ଭାରତ ମସଲା ପରିଚାଳନା ନିେrର୍ଶକ ସୁଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ବିଜେତା ଦଳକୁ ଟ୍ରଫି ସହ ୩୧ ହଜାର ଟଙ୍କା ଓ ଉପବିଜେତାକୁ ଟ୍ରଫି ସହ ୨୧ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଭାବେ ଦୀକ୍ଷାମ ବାଗି, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ରେଣ୍ଟ ମୁର୍ମୁ ପୁରସ୍କୃତ ହୋଇଥିଲେ। ଏମାନଙ୍କ ବ୍ୟତୀତ ଶ୍ରେଷ୍ଠ ଗୋଲ୍ ରକ୍ଷକ ଭରତ ଭୋଇ, ଶ୍ରେଷ୍ଠ ରକ୍ଷଣ ଭାଗ ଜୟନ୍ତ ରାଉତ, ଶ୍ରେଷ୍ଠ ମଧ୍ୟଭାଗ ବିଶାଲ ମୁଣ୍ଡା, ଶ୍ରେଷ୍ଠ ଷ୍ଟ୍ରାଇକର ଦୀପକ ମିଞ୍ଜଙ୍କୁ ପୁରସ୍କାର ଦିଆଯାଇଥିଲା। ମଙ୍ଗଳା କ୍ଲବ୍ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କାର ପାଇଥିଲା। ଉତ୍ସବରେ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସମ୍ପାଦକ ଭିକାରୀ ଦାସ, ରେଭେନ୍ସା କ୍ରୀଡ଼ା ଅଧିକାରୀ ଅଂଜନ କୁମାର ଖୁଣ୍ଟିଆ, ଫାଓ ଉପ ସଭାପତି ଭକ୍ତ ବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଅଭିଜିତ୍ ପାଲ୍, ଡାକ୍ତର ଅନଙ୍ଗ ଦ୍ୱିବେଦୀ ପ୍ରମୁଖ ଯୋଗଦେଇଥିଲେ।