ଯାଜପୁରଟାଉନ: ରଘୁନାଥପୁର ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଅଦ୍ୱୈତ ସ୍ମାରକୀ ଏକାଦଶ ଗୋପୀନାଥ ଚ୍ୟାଲେଞ୍ଜ୍ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଭୁବନେଶ୍ୱର ପ୍ରଗତି ସ୍ପୋର୍ଟିଂ ପହଞ୍ଚିଛି। ମଙ୍ଗଳବାର ତୃତୀୟ କ୍ୱାର୍ଟର ଫାଇନାଲରେ ପ୍ରଗତି ୮ ଓ୍ଵିକେଟ୍ରେ ଇଲେଭେନ ଷ୍ଟାର ଯାଜପୁରକୁ ପରାସ୍ତ କରିଛି।
ଇଲେଭେନ ଷ୍ଟାର ୨୪ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ୍ କରିଥିଲା। ସୁଲପନେସ୍ ବିଶ୍ୱାଳ ୧୧ ବଲ୍ରେ ୨୫, ଲେଲିନ ବଳ ୨୨ ରନ୍ କରିଥିଲା ବେଳେ ପ୍ରଗତି ପକ୍ଷରୁ ଶାନ୍ତନୁ ମିଶ୍ର ୧୨ ରନ୍ ଦେଇ ୫ ଓ ମାନସ ମହାପାତ୍ର ୧୪ ରନ୍ ଦେଇ ୨ ୱିକେଟ ଅକ୍ତିଆର କରିଥିଲେ। ଜବାବରେ ପ୍ରଗତି ୧୫.୪ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ରଜତ ଦାସ ୩୫, ଅଭିନାଭ ଘୋଷ ୧୬ ବଲ୍ରୁ ୩୨ ଓ ଡିଆର୍ ସାହୁ ୨୭ ରନ୍ କରିଥିଲେ। ଇଲେଭେନ ଷ୍ଟାର ପକ୍ଷରୁ ଲେଲିନ ବଳ ୨ ୱିକେଟ୍ ଅକ୍ତିଆର କରିଥିଲେ। ବିଜୟୀ ଦଳର ଶାନ୍ତନୁ ମିଶ୍ର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପରାସର ବିଶ୍ୱାଳ ଓ ଲଲାଟ କିଶୋର ନନ୍ଦ ମ୍ୟାଚ୍ ପରିଚାଳନା କରିଥିଲେ। ପ୍ରଦୀପ ନାୟକ ଓ ବିଷ୍ଣୁ ବୋଇତେଇ ଧାରା ବିବରଣୀ ପ୍ରଦାନ କରିଥିଲେ।
ଅଦ୍ୱୈତ ସ୍ମାରକୀ କ୍ରିକେଟ୍ ସେମିରେ ପ୍ରଗତି
/sambad/media/post_attachments/wp-content/uploads/2018/01/jajpurtown-khela-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)