ଭୁବନେଶ୍ବର : ସୁପର୍ କପ୍‌ ବିଜେତା ଓଡ଼ିଶା ଏଫ୍‌ସି ସହ ମଣିପୁରର ଆଫାଓବା ସିଂହ ଗୁରୁବାର ତିନି ବର୍ଷିୟା ଚୁକ୍ତି କରିଛନ୍ତି। ଏହି ୧୯ ବର୍ଷୀୟ ଉଦୀୟମାନ ଫରୱାର୍ଡ ରାଉଣ୍ଡଗ୍ଲାସ ପଞ୍ଜାବକୁ ଗତ ଋତୁରେ ଆଇ-ଲିଗ୍‌ ବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହା ପୂର୍ବରୁ ଆଇ-ଲିଗ୍‌ ଦ୍ବିତୀୟ ଡିଭିଜନ୍‌ରେ ମିନର୍ଭା ଏକାଡେମି ଏବଂ ଏଏଫ୍‌ସି ୨୦ ବର୍ଷରୁ କମ୍‌ ଏସୀୟ କପ୍‌ କ୍ବାଲିଫାୟର୍ସରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସିରୁ ଭିନିତ ରାଏଙ୍କୁ ଗତ ବର୍ଷ ଋଣରେ ନେଇଥିବା ମୁମ୍ବାଇ ସିଟି ଏଫ୍‌ସି ତାଙ୍କ ସହ ଆଉ ଗୋଟିଏ ବର୍ଷ ଚୁକ୍ତି ମିଆଦ ବଢ଼ାଇଛି।