ଏଏଫ୍‌ସି ଚାମ୍ପିଅନ୍‌ସ ଲିଗ୍‌: କାସିମା ଆଣ୍ଟ୍‌ଲର୍ସ ନୂଆ ବିଜେତା

ତେହରାନ୍‌ (ଇରାନ୍‌): ଚଳିତ ବର୍ଷର ଏଏଫ୍‌ସି ଚାମ୍ପିଅନ୍‌ସ ଲିଗ୍‌ ଶନିବାର ଶେଷ ହୋଇଛି। ଏଥିରେ ଏସିଆର ନୂଆ ବିଜେତା ଦେଖିବାକୁ ମିଳିଛି। ଶନିବାର ସ୍ଥାନୀୟ ଆଜାଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଚରଣ ଫାଇନାଲ୍‌ରେ ଇରାନ୍‌ର ପର୍ସେପୋଲିସ୍‌ ଦଳ ସହ ପଏଣ୍ଟ୍‌ ବାଣ୍ଟିବା ପରେ ଜାପାନୀ କ୍ଲବ୍‌ କାସିମା ଆଣ୍ଟ୍‌ଲର୍ସ ବିଜେତା ଆଖ୍ୟା ହାତେଇ ନେଇଛି। ମୁଖ୍ୟ ପ୍ରଶିକ୍ଷକ ଗୋ ଓଇୱାଙ୍କ କାସିମା ଦଳ ଘରୋଇ ମାଟିରେ ଗତ ସପ୍ତାହରେ ଖେଳିଥିବା ଫାଇନାଲ୍‌ର ପ୍ରଥମ ଚରଣ ମ୍ୟାଚ୍‌ରେ ପର୍ସେପୋଲିସ୍‌ ଦଳକୁ ୨-୦ ଗୋଲ୍‌ରେ ପରାସ୍ତ କରିଦେଇଥିଲା। ଶନିବାର ଦ୍ବିତୀୟ ଚରଣ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ମୋଟ ଉପରେ ୨-୦ ଗୋଲ୍‌ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଥିଲା। ଏଥି ସହିତ କାସିମା ପ୍ରଥମ ଥର ଲାଗି ଏସୀୟ ଚାମ୍ପିଅନ୍‌ସ ଲିଗ୍‌ ବିଜେତା ହେବାର ଗୌରବ ପାଇଥିଲା ବେ‌ଳେ ଏକ୍ଷେତ୍ରରେ ଦ୍ବିତୀୟ ଜାପାନୀ କ୍ଲବ୍‌ ମଧ୍ୟ ହୋଇଛି। ଏହା ପୂର୍ବରୁ ୨୦୧୭ରେ ଅନ୍ୟତମ ଜାପାନୀ କ୍ଲବ୍‌ ଭାବେ ଉରାୱା ରେଡ୍‌ସ ଏସୀୟ ଚାମ୍ପିଅନ୍‌ସ ଲିଗ୍‌ ଜିତିଥିଲା।

ସମ୍ବନ୍ଧିତ ଖବର