ଏଏଫ୍‌ସି ପ୍ରଶିକ୍ଷଣ ପାଠ୍ୟକ୍ରମରେ ନୀପେନ୍ଦ୍ର, ମଞ୍ଜୁର କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ସନ୍ତୋଷ ଟ୍ରଫି ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ନୀପେନ୍ଦ୍ର କୁମାର ଦାସ ଏଏଫ୍‌ସି ବି ପ୍ରଶିକ୍ଷଣ ପାଠ୍ୟକ୍ରମରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ଏକ୍ଷେତ୍ରରେ ସେ ଚତୁର୍ଥ ଓଡ଼ିଆ ବିବେଚିତ ହୋଇଛନ୍ତି। ସଂପ୍ରତି ଭୁବନେଶ୍ବର ଏଜି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ନିପେନ୍ଦ୍ର ଏହି ପ୍ରଶିକ୍ଷଣ ପାଠ୍ୟକ୍ରମରେ ସଫଳତା ପାଇଛନ୍ତି। ସେହିଭଳି ସେକ୍ ମଞ୍ଜୁର୍‌ (ଓଡ଼ିଶା ହୋମ୍ ଗାର୍ଡ) ଏଏଫସି ସି ଲାଇସେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟଙ୍କୁ ଓଡ଼ିଶା ଫୁଟ୍‌ବଲ୍‌ ସଂଘର ସଂପାଦକ ସଞ୍ଜୟ ବେହେରା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର