ଇମ୍ରାନଙ୍କୁ ସମର୍ଥନ କଲେ ଆଫ୍ରିଦି

କରାଚୀ: ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରଖିଥିବା ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଅନ୍ୟତମ କ୍ରିକେଟର୍‌ ସାହିଦି ଆଫ୍ରିଦି। କଶ୍ମୀରରେ ସିଆରପିଏଫ୍ ଜବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନର କୌଣସି ଭୂମିକା ନାହିଁ। ଭାରତ ନିକଟରେ ମଧ୍ୟ ପାକିସ୍ତାନ ସମ୍ପୃକ୍ତିର କୌଣସି ପ୍ରମାଣ ନାହିଁ। ପ୍ରମାଣ ବିନା ପାକିସ୍ତାନ ସରକାରଙ୍କୁ‌ ଦୋଷ ଦେଇ ହେବ ନାହିଁ। ପ୍ରମାଣ ଯୋଗାଇ ଦେଲେ ଆମେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବୁ ବୋଲି ଇମ୍ରାନ କହିଥିଲେ। ଆମ ମାଟିରୁ କେହିଁ ହିଂସାର ପ୍ରସାର କରୁଥିଲେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଇମ୍ରାନ କହିଥିଲେ। ପାକିସ୍ତାନରୁ ଏଥିରୁ କିଛି ଫାଇଦା ମିଳିବାର ନାହିଁ ବୋଲି ସେ ମତ‌ ଦେଇଥିଲେ। ନୂଆ ପାକିସ୍ତାନ ନୂଆ ମାନସିକତାରେ ରହିଛି। ଆମକୁ କେହି ଆକ୍ରମଣ କଲେ ଆମେ ପ୍ରତି ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ଇମ୍ରାନ କହିଥିଲେ।

ସମ୍ବନ୍ଧିତ ଖବର