ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଆଫଗାନିସ୍ତାନ ୪୧ ରନ୍ରେ ଜିତି ନେଇଛି। ଫଳରେ ତିନି ଟିକିଆ ଶୃଙ୍ଖଳା ୧-୧ ସ୍ତରରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦କୁ ୩୦ ରନ୍ରେ ଜିତି ୧-୦ରେ ଆଗୁଆ ଥିଲା। ଆଫଗାନିସ୍ତାନ ଏବେ ଏହାକୁ ବରାବର କରିଛି। ଶନିବାର ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ସହ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ହଜରତୁଲ୍ଲା ଜଜାଇ ଓ କରିମ ଜନତ ୨୬ ରନ୍ ଲେଖାଏଁ କରିଥିଲେ। ନଜିବୁଲ୍ଲା ଜର୍ଦାନ ଅପରାଜିତ ୨୦ ରନ୍ର ପାଳି ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କେସ୍ରିକ ୱିଲିୟମ୍ସ ୨୩ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ କରାୟତ କରିଥିଲେ। ଜାସନ ହେଲ୍ଡର ଓ କିମୋ ପଲ୍ଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୦୬ ରନ୍ କରି ପାରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ ସହ କରିମ ଜନତ ମାତ୍ର ୧୧ ରନ୍ ଦେଇ ୱିକେଟ୍ ଅକ୍ତିଆର କରିଥିଲେ। କରିମ ଆଶାଜନକ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନ ଭାରତକୁ ଘରୋଇ ପଡ଼ିଆ କରି ଏଠାରେ ଶୃଙ୍ଖଳା ଖେଳୁଛି।
ଇଣ୍ଡିଜ୍କୁ ହରାଇଲା କରିମ୍ କମାଲ, ଆଫଗାନିସ୍ତାନ ୪୧ ରନ୍ରେ ବିଜୟୀ
/sambad/media/post_attachments/wp-content/uploads/2019/11/sfhsf5h4sf8h94sf789h4sf65h4sf56h4fs65h45sf64h65sfhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)