ଏସିଆ କପ୍ : ପାକିସ୍ତାନ ଆଗରେ ୧୩୦ରନର ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ସାରଜା : ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ୍ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନ ଆଗରେ ୧୩୦ ରନର ବିଜୟ ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ଦଳ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର ହଜରାତୁଲ୍ଲା ଜଜାଇ ଓ ରେହମାତୁଲ୍ଲା ଗୁରବାଜ ପ୍ରଥମ ଓ୍ବିକେଟ ଯୋଡ଼ିରେ ୩୬ ରନ କରିଥିଲେ । ଜଜାଇ ୨୧ରନ ଓ ଗୁରବାଜ ୧୭ ରନ କରିଥିଲେ । ଉଭୟ ଓପନର ଆଉଟ ହେବା ପରେ ଆସିଥିବା ଇବ୍ରାହିମ ଜରଦାନ ୩୫ରନ କରିଥିଲେ । ତେବେ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ତେବେ ଶେଷ ବେଳକୁ ରସିଦ ଖାଁ ଓ ଅଜମାତୁଲ୍ଲା ଓମାରଜାଇ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିରେ ପହଞ୍ଚିଥିଲେ । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୨୯ ରନ କରିଥିଲା ।

ପାକିସ୍ତାନ ପକ୍ଷରୁ ହ୍ୟାରିସ ରୌଫ ୨ଟି ଓ୍ବିକେଟ ନେଇଥିବାବେଳେ ନସିମ ଶାହା, ମହମ୍ମଦ ହସନାନ, ମହମ୍ମଦ ନଓ୍ବାଜ ଓ ସଦାଫ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର