ଟି-୨୦ ବିଶ୍ବକପ : ସ୍କଟଲାଣ୍ଡ ଆଗରେ ୧୯୧ରନର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ସାରଜା : ସାରଜାଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ବିର ଏକ ମ୍ୟାଚରେ ଆଫଗାନିସ୍ତାନ ସ୍କଟଲାଣ୍ଡ ଆଗରେ ୧୯୧ରନର  ଏକ ବଡ଼ ବିଜୟ ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ଆଫଗାନିସ୍ତାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ହାଜରାତୁଲ୍ଲା ଜଜାଇ ଓ ମହମ୍ମଦ ଶେହଜାଦ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ରନ କରି ଏକ ଦୃଢ ମୂଳଦୁଆ ପକାଇଥିଲେ । ଜଜାଇ ୪୪ ରନ କରିଥିବାବେଳେ ଶେହଜାଦ ୨୨ରନ କରିଥିଲେ । ଅନ୍ୟପକ୍ଷରେ ରେହମାନୁଲ୍ଲା ଗୁରବାଜ ୪୬ ରନ , ନଜିବୁଲ୍ଲା ଜଡରାନ ୫୯ ରନ କରିଥିଲେ । ଏହା ଫଳରେ ଦଳ ୨୦ ଓଭରରେ ୧୯୦ରନ କରିପାରିଥିଲା ।

ସ୍କଟଲାଣ୍ଡ ପକ୍ଷରୁ ସଫାନ ସରିଫ ୨ଟି, ଜୋସ ଡାଭି ଓ ମୋର୍କ ଓ୍ବାଟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର