ବିଶ୍ୱକପ : ଟସ ଜିଣି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ପାକିସ୍ତାନ ପାଇଁ କର ବା ମର ମ୍ୟାଚ

ଲିଡସ : ଆଜି ବିଶ୍ୱକପରେ ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଲିଡସର ହେଡିଙ୍ଗଲେ ଗ୍ରାଉଣ୍ଡଠାରେ ପାକିସ୍ତାନ ଦଳ ଆଫଗାନିସ୍ତାନକୁ ଭେଟିବ । ସେହିପରି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ଭେଟିବ । ପ୍ରଥମ ମ୍ୟାଚଟି ଭାରତୀୟ ସମୟ ୩ଟା ଓ ୨ୟ ମ୍ୟାଚଟି ଭାରତୀୟ ସମୟ ୬ଟାରେ ଆରମ୍ଭ ହେବ ।

ଆଫଗାନିସ୍ତାନ ଅଧିନାୟକ ଗୁଲବୁଦ୍ଦିନ ନାଏବ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି କୌଣସିଟିରେ ବିଜୟ ହାସଲ କରିପାରିନାହିଁ ଓ ଦଳ ସେମିଫାଇନାଲ ଦୌଡରୁ ବାହାରି ଯାଇଛି । କିନ୍ତୁସେମିଫାଇନାଲ ଦୌଡରେ ରହିବା ନିମନ୍ତେ ପାକିସ୍ତାନ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୩ଟି ବିଜୟ ୩ଟି ପରାଜୟ ସହ ମୋଟ ୭ ପଏଣ୍ଟ ପାଇଛି । ଆଜିର ମ୍ୟାଚରେ ପାକିସ୍ତାନ ଫେଭରିଟ ଥିବାବେଳେ ଆଫଗାନିସ୍ତାନ ମଧ୍ୟ ତାକୁ ଓ୍ଵାର୍ମ ଅପ ମ୍ୟାଚରେ ହରେଇଥିଲା ।

ସମ୍ବନ୍ଧିତ ଖବର