ନୂଆଦିଲ୍ଲୀ: ଆଫଗାନିସ୍ତାନର ଯୁବ ଟିମ୍ ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ୧୯ ବର୍ଷରୁ କମ୍ ବିଶ୍ୱ କପ୍ରେ ଆୟୋଜକ ଟିମ୍କୁ ୬ ଓ୍ଵିକେଟରେ ପରାସ୍ତ କରି ଇତିହାସ ରଚିଛି। ଏଥି ସହିତ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି। ଫଳାଫଳ ନେଇ କ୍ରିକେଟ ଜଗତରେ ଏକ ବିସ୍ମୟକର ବାତାବରଣ ଦେଖାଯାଇଛି ଯେ, ଏତେ ବଡ଼ ଧରଣର ଓଲଟପାଲଟ କେମିତି ହେଲା।
ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ୬ ଓ୍ଵିକେଟରେ ୩୦୯ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ୨ୟ ଇନିଂସରେ ଘରୋଇ ନ୍ୟୁଜିଲାଣ୍ଡକୁ ୨୦୨ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଏହି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ।
କ୍ରିକେଟ ଏଭଳି ଏକ ଖେଳ ଯେଉଁଥିରେ ବିଜୟର ଦ୍ୱାର ଦେଶରେ ଥିବା ଟିମ୍କୁ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବେଳେ ବେଳେ ଖବର ସତ ହୋଇଥାଏ। ୧୯ ବର୍ଷରୁ କମ୍ ବିଶ୍ୱ କପ୍ର ଏକ ମ୍ୟାଚ୍ରେ ଗୁରୁବାର ଏହା ଦେଖିବାକୁ ମିଳିଛି।
ଘରୋଇ ପଡ଼ିଆ ‘ଗ୍ରାଇଷ୍ଟଚର୍ଚ୍ଚ ଷ୍ଟାଡିୟମ’ରେ ଅଧିକାଂଶ ଦର୍ଶକ ଓ କ୍ରିକେଟପ୍ରେମୀ ଆଶା କରୁଥିଲେ ଯେ, ନ୍ୟୁଜିଲାଣ୍ଡ ଅତି ସହଜରେ ଆଫଗାନିସ୍ତାନକୁ ପରାସ୍ତ କରି ଶେଷ ୪ରେ ସ୍ଥାନ ଦଖଲ କରିବ କିନ୍ତୁ ୨ଜଣ ଖେଳାଳି ନିଜର ଭୁଲ ଯୋଗୁଁ ଖୁବ୍ ଶୀଘ୍ର ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ୨୮.୧ ଓଭରରେ ୧୦୭ ରନରେ ହିଁ ସମସ୍ତ ଓ୍ଵିକେଟ ହରାଇ ଥିଲା।
Afghanistan are into the #U19CWC semi-finals!
If you are just waking up in Kabul, good morning, and feast your eyes on this! ??
??➡️ https://t.co/ylo0bJwE0Cpic.twitter.com/bxVEUT7Ds0
— ICC (@ICC) January 25, 2018
ପୂର୍ବରୁ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଭଲ ଖେଳିଥିଲା। ଦଳର ରହମାନତୁଲ୍ଲା ଗୁରବେଜ ୬୯ ରନ୍ ଓ ଇବ୍ରାହିମ ଜଦରାନ ୬୮ ରନ୍ ଯୋଡ଼ିଥିଲେ। ଏହା ବ୍ୟତୀତ ୭ ନମ୍ବରରେ ଆସିଥିବା ଆଜମନତୁଲ୍ଲା ଓମାରଜଇ ମଧ୍ୟ ୬୬ ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ସ୍କୋର ଦେଖି ନ୍ୟୁଜିଲାଣ୍ଡର ମନୋବଳ ଭାଙ୍ଗି ଯାଇଥିଲା।