ଡେରାଡୁନ୍: ଆଫ୍ଗାନିସ୍ତାନ କ୍ରିକେଟ୍ ଦଳ ରବିବାର ପ୍ରଥମ ଟେଷ୍ଟ୍ ବିଜୟ ହାସଲ କରି ଇତିହାସ ରଚିଛି। ଭାରତକୁ ଘରୋଇ ଭେନ୍ୟୁ କରିଥିବା ଏହି ଦଳ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍କୁ ୭ ୱିକେଟ୍ରେ ଜିତି ଐତିହାସିକ ସଫଳତା ପାଇଛି। ୨୦୧୭ରେ ପୂର୍ଣ୍ଣ ସଦସ୍ୟତା ପାଇଥିବା ଆଫ୍ଗାନିସ୍ତାନ ଗତ ବର୍ଷ ଜୁନ୍ରେ ଭାରତ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲା। ଏହି ମ୍ୟାଚ୍ରେ ଆଫ୍ଗାନିସ୍ତାନ କିନ୍ତୁ ପାଳି ପରାଜୟ ପାଇଥିଲା। ଟସ୍ ଜିତି ଆୟର୍ଲାଣ୍ଡ ବ୍ୟାଟିଂ କରି ପ୍ରଥମ ପାଳିରେ ୧୭୨ ରନ୍ କରିଥିଲା। ଜବାବରେ ଆଫ୍ଗାନିସ୍ତାନ ୩୧୪ ରନ୍ କରି ୧୪୨ ରନ୍ର ଅଗ୍ରଣୀ ନେଇଥିଲା। ଦ୍ବିତୀୟ ପାଳିରେ ଆୟର୍ଲାଣ୍ଡ ୨୮୮ ରନ୍ରେ ସମସ୍ତ ୱିକେଟ୍ ହରାଇ ଆଫ୍ଗାନିସ୍ତାନ ସମ୍ମୁଖରେ ୧୪୭ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି ଆଫ୍ଗାନିସ୍ତାନ ଦଳ ମାତ୍ର ୩ ୱିକେଟ୍ ହରାଇ ଗୋଟିଏ ଦିନ ଆଗରୁ ମ୍ୟାଚ୍ ଜିତି ନେଇଥିଲା। ରବିବାର ୨୯/୧ରୁ ଖେଳ ଆରମ୍ଭ କରି ୧୨୦ ରନ୍ ଯୋଡ଼ିଥିଲା। ଇଶନୁଲ୍ଲା (୬୫*) ଏବଂ ରାହମାତ ସାହ (୭୬) ଅର୍ଧଶତକୀୟ ପାଳି ଖେଳି ଆଫ୍ଗାନିସ୍ତାନକୁ ସହଜ ବିଜୟ ଦେଇଥିଲେ। ଆୟର୍ଲାଣ୍ଡ ପକ୍ଷରୁ ଆଣ୍ଡି ମ୍ୟାକ୍ବ୍ରାଏନ୍ ଓ ଜେମ୍ସ କ୍ୟାମରୁନ୍-ଡୋ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଉଭୟ ପାଳିରୁ ମୋଟ ୧୭୪ (୯୮, ୭୬) ରନ୍ କରିଥିବା ରାହମତ ସାହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ଗସ୍ତରେ ଥିବା ଆଫ୍ଗାନିସ୍ତାନ ଓ ଆୟର୍ଲାଣ୍ଡ ୩ ଟ୍ବେଣ୍ଟି-୨୦, ୫ ଦିନିକିଆ ଓ ଗୋଟିଏ ଟେଷ୍ଟ୍ ଖେଳିଥିଲେ। ଟ୍ବେଣ୍ଟି-୨୦କୁ ଆଫ୍ଗାନିସ୍ତାନ ୩-୦ରେ ଜିତିଥିଲା ବେଳେ ଦିନିକିଆ ୨-୨ରେ ଅମୀମାଂସିତ ରହିଥିଲା।
ଆଫ୍ଗାନିସ୍ଥାନର ଐତିହାସିକ ଟେଷ୍ଟ୍ ବିଜୟ
/sambad/media/post_attachments/wp-content/uploads/2019/03/Untitled-4-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)