ଆବୁଧାବି : ଆବୁଧାବିରେ ରବିବାର ଖେଳାଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-୨ର ଦୁଇଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍ ମଧ୍ୟରେ ମୁକାବିଲା ହେଉଛି। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଆଫାଗାନିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ସରାଫୁଦ୍ଦିନ୍ ଅସ୍ରଫଙ୍କ ବଦଳରେ ସ୍ପିନର ମୁଜୀବ ଉର୍ ରହମାନଙ୍କୁ ଦଳରେ ସାମିଲ୍ କରାଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ପୂର୍ବ ଥର ଭଳି ସମାନ ରହିଛି।
ଭାରତୀୟ ଦଳ ସହିତ ଏହାର ପ୍ରଶଂସକମାନେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। କାରଣ ଏହି ମ୍ୟାଚ୍ର ଫଳାଫଳ ଉପରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବ। ନ୍ୟୁଜିଲାଣ୍ଡ୍ ଜିତିଲେ ସିଧାସଳଖ ଯୋଗ୍ୟତା ଅର୍ଜନ କରି ସେମିଫାଇନାଲ୍ ପହଞ୍ଚିଯିବ। କିନ୍ତୁ ଆଫଗାନିସ୍ତାନ ଜିତିଲେ ନିଜ ସୁଯୋଗ ସହିତ ଭାରତ ସମ୍ଭାବନାକୁ ବି କାଏମ ରଖିବ। ଏଭଳି କ୍ଷେତ୍ରରେ ସୋମବାର ଖେଳାଯିବାକୁ ଥିବା ଭାରତ-ନାମିବ୍ୟା ମ୍ୟାଚ୍ର ଫଳାଫଳକୁ ଉଭୟ ଭାରତ ଓ ଆଫଗାନିସ୍ତାନ ଅପେକ୍ଷା କରିବେ। ରବିବାର ଆଫଗାନିସ୍ତାନ ଜିତିଥିଲେ ଭାରତକୁ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ (ଏନ୍ଆର୍ଆର୍)ରେ ଜିତିବାକୁ ହେବ। ଭାରତ କେବଳ ଏହି ଗ୍ରୁପ୍ର ନୁହେଁ ଶେଷ ଲିଗ୍ ଖେଳିବାକୁ ଯାଉଥିବାରୁ ନିଜ ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପାଇସାରିଥିବ। ରବିବାର ଯଦି ନ୍ୟୁଜିଲାଣ୍ଡ୍ ଜିତିଯିବ ତାହାଲେ ସୋମବାରର ଭାରତ-ନାମିବ୍ୟା ମୁକାବିଲା କେବଳ ଏକ ଔପଚାରିକତା ହୋଇରହିଯିବ।
ନ୍ୟୁଜିଲାଣ୍ଡ୍ ଏକାଦଶ: ମାର୍ଟିନ ଗପ୍ଟିଲ୍, ଡାରିଲ ମିଚେଲ୍, କେନ୍ ୱିଲିୟମସନ୍ (ଅଧିନାୟକ), ଡେଭନ୍ କନୱେ (ୱିକେଟରକ୍ଷକ), ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍, ଆଦାମ ମିଲ୍ନେ, ଟିମ ସାଉଦି, ଈଶ ସୋଢ଼ି, ଟ୍ରେଣ୍ଟ୍ ବୋଲ୍ଟ।
ଆଫଗାନିସ୍ତାନ ଏକାଦଶ: ହଜ୍ରତୁଲ୍ଲା ଜଜାଇ, ମହମ୍ମଦ ସେହଜାଦ (ୱିକେଟରକ୍ଷକ), ରହମାନୁଲ୍ଲା ଗୁରବାଜ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି (ଅଧିନାୟକ), କରିମ୍ ଜନ୍ନତ, ଗୁଲବଦିନ୍ ନାଏବ, ରସିଦ୍ ଖାନ୍, ନବୀନ୍ ଉଲ୍ ହକ୍, ମୁଜୀବ ଉର୍ ରହମାନ, ହମିଦ୍ ହାସନ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/cricket.jpg)