ବିଶ୍ୱକପ: ଆଫଗାନିସ୍ଥାନକୁ ୬୨ ରନ୍‌ରେ ପରାସ୍ତ କଲା ବାଂଲାଦେଶ, ସକିବଙ୍କୁ ୫ ଓ୍ଵିକେଟ

ସାଉଥହମ୍ପଟନ: ବିଶ୍ୱକପର ୩୧ ତମ ମ୍ୟାଚରେ ସୋମବାର ବାଂଲାଦେଶ ଆଫଗାନିସ୍ଥାନକୁ ୬୨ ରନରେ ପରାସ୍ତ କରିଛି । ଦ୍ୱିତୀୟ ପାଳିରେ ୨୬୩ ରନ୍‌ ଲକ୍ଷ୍ୟ ନେଇ ଆଫଗାନିସ୍ଥାନ ପଡିଆକୁ ଓହ୍ଲାଇଥିଲା । ପ୍ରଥମରୁ ରକ୍ଷଣାତ୍ମକ ଭାବେ ଖେଲୁଥିବା ଆଫଗାନିସ୍ଥାନ ପରେ କିନ୍ତୁ ସକିବଙ୍କ ବୋଲିଂ ଆଗରେ ତିଷ୍ଠି ପାରିନଥିଲା । ସକିବ ଅଲ୍‌ ହସନ ୧୦ ଓଭରରେ ୨୯ ରନ ଖର୍ଚ୍ଚ କରି ୫ ଓ୍ଵିକେଟ ନେବା ସହ ୧ ଓଭର ମେଡେନ ଦେଇଛନ୍ତି । ଅନ୍ୟପଟେ ମୁସ୍ତାଫିଜୁର ରହମାନ ୩ଟି ଓ୍ଵିକେଟ ଓ ମୋସାଡଡେକ ହୋସେନ ୧ ଓ୍ଵିକେଟ ନେଇଛନ୍ତି । ଫଳରେ ଆଫଗାନିସ୍ତାନ ୪୭ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୦ ରନ୍‌ କରିବାରେ ସକ୍ଷମ ହୋଇଛି । ଅନ୍ୟପଟେ ବାଂଲାଦେଶ ଏହି ମ୍ୟାଚରେ ବିଜୟ ସହ ଶ୍ରୀଲଙ୍କାକୁ ଟପି ପଏଣ୍ଟ ତାଲିକାରେ ୫ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର