ଆଇସିସି ବିଶ୍ୱ କପ୍‌ କ୍ୱାଲିଫାୟର: େଓ୍ଵଷ୍ଟଇଣ୍ଡିଜକୁ ହରାଇ ଆଫଗାନିସ୍ତାନ ଚମ୍ପିଅନ୍‌

ହରାରେ: ଆଇସିସି ବିଶ୍ୱ କପ୍‌ କ୍ୱାଲିଫାୟର ଫାଇନାଲ୍‌ ମ୍ୟାଚ୍‌ରେ େଓ୍ଵଷ୍ଟଇଣ୍ଡଜ୍‌କୁ ୭ ଓ୍ଵିକେଟ୍‌ରେ ହରାଇ ଆଫଗାନିସ୍ତାନ ଚମ୍ପିଅନ୍‌ ହୋଇଛି। ପୂର୍ବରୁ ଉଭୟ ଟିମ୍‌ ଇଂଲଣ୍ଡରେ ହେବାକୁ ଥିବା ୨୦୧୯ ଆଇସିସି କ୍ରିକେଟ ବିଶ୍ୱ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

ଏହି ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା େଓ୍ଵଷ୍ଟଇଣ୍ଡିଜ ୪୬.୫ ଓଭରରେ ୨୦୪ ରନ୍‌ ସଂଗ୍ରହ କରିଥିଲା। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍‌ ବିଜୟ ପାଇଁ ୨୦୫ ରନ୍‌ ଲକ୍ଷ୍ୟ ମିଳିଥିଲା। େଓ୍ଵଷ୍ଟଇଣ୍ଡିଜ ପାଇଁ ରୋଭମ୍ୟାନ୍‌ ପାେଓ୍ଵଲ ସର୍ବାଧିକ ୪୪ ରନ୍‌ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ରିମସନ ହେତମୟର ୩୮ ରନ୍‌ ଯୋଡ଼ି ଥିଲେ। ଆଫଗାନିସ୍ଥାନ ତରଫରୁ ଯୁବ ସ୍ପିନର ମୁଜୀବ ଜାଦରାନ ୪ଓ୍ଵିକେଟ ନେଇଥିଲେ। ୨୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଆଫଗାନିସ୍ତାନ ୪୦.୪ ଓଭରରେ ୩ ଓ୍ଵିକେଟ ହରାଇ ୨୦୬ ରନ ସଂଗ୍ରହ କରିଥିଲା।

ପୂର୍ବରୁ ସୁପର ସିକ୍ସ ମୁକାବିଲାରେ ୫ ଓ୍ଵିକେଟ୍‌ରେ ଆୟାରଲାଣ୍ଡକୁ ପରାସ୍ତ କରି ବିଶ୍ୱ କପ୍‌ ୨୦୧୯ ପାଇଁ ଟିକେଟ୍‌ ପାଇଥିଲା। ମାର୍ଚ୍ଚ ୨୩ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଆୟାରଲାଣ୍ଡର ଟିମ୍‌ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୨୦୯ ରନ୍‌ ସଂଗ୍ରହ କରିଥିଲା। ମ୍ୟାଚ୍‌ ବିଜୟ ପାଇଁ ଆଫଗାନିସ୍ତାନକୁ ୨୧୦ ରନ୍‌ ଟାର୍ଗେଟ ମିଳିଥିଲା। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪୯.୧ ଓଭରରେ ୫ ଓ୍ଵିକେଟ ହରାଇ ୨୧୦ ରନ୍‌ ଲକ୍ଷ୍ୟ ପୂରା କରିଥିଲା। ଆଫଗାନିସ୍ତାନ ଏହି ମ୍ୟାଚ ବିଜୟ ସହିତ ୨୦୧୯ରେ ଇଂଲଣ୍ଡରେ ହେବାକୁ ବିଶ୍ୱ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି।

ସମ୍ବନ୍ଧିତ ଖବର