କାବୁଲ: ଚଳିତ ବିଶ୍ବକପ୍ ଅବସରରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଆଫ୍ଗାନିସ୍ତାନ ଦ୍ରୁତ ବୋଲର ଅଫ୍ତାବ ଆଲମ୍ ବାସନ୍ଦ ହୋଇଛନ୍ତି। ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ ୨୬ ବର୍ଷ ବୟସ୍କ ଅଫ୍ତାବଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ କରାଯାଇଛି। ସେ ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ବର୍ଷକ ପାଇଁ ଦୂରେଇ ରହିବେ। ଏଥି ସହିତ ଏହି ଗୋଟିଏ ବର୍ଷ ସମୟ ପର୍ଯ୍ୟନ୍ତ ମଧ୍ୟ ବୋର୍ଡ ସହ ତାଙ୍କ ଜାତୀୟ ଚୁକ୍ତି ନିଲମ୍ବିତ ରହିବ। ଜୁନ୍ ୨୭ରେ ଅଫ୍ତାବ ଏକ ବିବାଦୀୟ ସ୍ଥିତିରେ ଆଫ୍ଗାନିସ୍ତାନ ବିଶ୍ବକପ୍ ଦଳରୁ ଓହରି ଯାଇଥିଲେ ବୋଲି ଆଇସିସି ଘୋଷଣା କରିଥିଲା। ଓଲ୍ଡ ଡ୍ରାଫୋର୍ଡରେ ମ୍ୟାଚ୍ ଦେଖିବା ପାଇଁ ଅଫ୍ତାବ ଅଘାଷିତ ଭାବେ କିଛି ବନ୍ଧୁଙ୍କ ସହ ପଡ଼ିଆକୁ ପ୍ରବେଶ କରିଥିଲେ।
ବିଶ୍ବକପ୍ରେ ଆଚରଣ ବିଧି ଉଲ୍ଲଂଘନ: ଅଫ୍ତାବ୍ ବର୍ଷେ ବାସନ୍ଦ
/sambad/media/post_attachments/wp-content/uploads/2019/07/1499_4547356_updates.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)