ଭୁବନେଶ୍ବର: ଦୀର୍ଘ ୧୫ ବର୍ଷ ପରେ ଓଡ଼ିଶାରେ ଡାକଶ୍ରୀ ସର୍ବଭାରତୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ୩୫ତମ ସଂସ୍କରଣ ସେପ୍ଟେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ଖେଳାଯିବ ବୋଲି ସୂଚନା ମିଳିଛି। ପରମ୍ପରା ଭାବେ ସୁନ୍ଦରସ୍ବାସ୍ଥ୍ୟ ସହିତ ଭାରୋତ୍ତୋଳନ ଏବଂ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଏଥି ପାଇଁ ଶୁକ୍ରବାର ମଧ୍ୟ ବ୍ରହ୍ମପୁରର ହନୁମାନ କ୍ଲବ୍ ପରିସରରେ ରାଜ୍ୟସ୍ତରୀୟ ଟ୍ରାଏଲ୍ ଅନୁଷ୍ଠିତ ହୋଇଥିଲା। ଭାରୋତ୍ତୋଳନରେ କାମେଶ୍ବର ନାୟକ (୮୫ କିଲୋ), ପ୍ରଦୀପ ସାହୁ (୫୪ କିଲୋଗ୍ରାମ), ମଳୟ ରଂଜନ ପତି (୯୫ କିଲୋଗ୍ରାମ) ଏବଂ ସୁନ୍ଦରସ୍ବାସ୍ଥ୍ୟରେ ଜନ୍ମେଜୟ ମହାନ୍ତି (୮୫ କିଲୋଗ୍ରାମ), କେ ଭଦି ଶ୍ରୀକାନ୍ତ (୬୦ କିଲୋଗ୍ରାମ), ସମୀର ସାଠୁଆ (୭୦ କିଲୋଗ୍ରାମ) ଏବଂ ବିଶ୍ବଜିତ ପ୍ରତିହାରୀ (୮୦ କିଲୋଗ୍ରାମ) ଶ୍ରେଷ୍ଠ ବିବେଚିତ ହୋଇ ସର୍ବଭାରତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ବର ମଣ୍ଡଳର ଜନ୍ମେଜୟ ପ୍ରଧାନ ୪ ଥର ଡାକଶ୍ରୀ ମୁକୁଟ ଜିତିସାରିଛନ୍ତି। କିନ୍ତୁ ୨୦୧୪ ମସିହା ପରଠାରୁ ସେ ମୁକୁଟ ବିହୀନ ରହିଛନ୍ତି। ଘରୋଇ ପରିବେଶରେ ପୁଣି ଡାକଶ୍ରୀ ଟ୍ରଫି ଜିତିବାକୁ ମୁଁ ଆଶାବାଦୀ ବୋଲି କହିଛନ୍ତି ଜନ୍ମେଜୟ।
ଏଥର ବ୍ରହ୍ମପୁରରେ ଡାକଶ୍ରୀ ପ୍ରତିଯୋଗିତା
/sambad/media/post_attachments/wp-content/uploads/2019/08/xfhsjhshjshjsjhsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)