ପ୍ୟାରିସ: ଅଣମାନ୍ୟତାପ୍ରାପ୍ତ ପୋଲାଣ୍ଡର ୧୯ ବର୍ଷୀୟା ଯୁବତୀ ଇଗା ସ୍ବିଏତକ ଗୁରୁବାର ଇତିହାସ ରଚିଛନ୍ତି। ପୋଲାଣ୍ଡର ପ୍ରଥମ ମହିଳା ଭାବେ ୮୧ ବର୍ଷ ବ୍ୟବଧାନ ପରେ ପ୍ରଥମ ଥର ଫ୍ରେଞ୍ଚ ଓପନ୍ ଫାଇନାଲ୍ରେ ପ୍ରବେଶ କରିବାର କୀର୍ତ୍ତିମାନ କରିଛନ୍ତି। ଏଥିସହ ସେ ଅଗ୍ନିସ୍କା ରାଦୱନସ୍କା (ୱିମ୍ବଲଡନ୍, ୨୦୧୨)ଙ୍କ ପରେ ପ୍ରଥମ ପୋଲାଣ୍ଡ ମହିଳା ଭାବେ କୌଣସି ବଡ଼ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଛନ୍ତି। ଗୁରୁବାର ମହିଳା ଏକକ ସେମିଫାଇନାଲ୍ରେ ସ୍ବିଏତକ ୬-୨, ୬-୧ ସିଧାସଳଖ ସେଟ୍ରେ ଆର୍ଜେଣ୍ଟିନା କ୍ବାଲିଫାୟର ନାଦିଆ ପୋଡୋରୋସ୍କାଙ୍କୁ ହରାଇ ପ୍ରଥମ ଥର ଲାଗି କୌଣସି ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଫାଇନାଲ୍ରେ ସେ ଚତୁର୍ଥ ମାନ୍ୟତାପ୍ରାପ୍ତ ସୋଫିଆ କେନିନଙ୍କୁ ଭେଟିବେ। ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ ଆମେରିକାର କେନିନ ୬-୪, ୭-୫ ସେଟ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ଚେକ୍ ଗଣରାଜ୍ୟର ପେଟ୍ରା କ୍ବିତୋଭାଙ୍କୁ ପରାସ୍ତ କରିଥିଲେ।
ଇତିହାସ ରଚିଲେ ସ୍ବିଏତକ, ୮୧ ବର୍ଷ ପରେ ଫାଇନାଲ୍ରେ ପ୍ରଥମ ପୋଲାଣ୍ଡ ମହିଳା
/sambad/media/post_attachments/wp-content/uploads/2020/10/swiatek.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)