ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଦେଶରେ ଆଉ ଯଦି କେହି ପ୍ରଶଂସନୀୟ ବ୍ୟକ୍ତି ଅଛନ୍ତି, ସେ ହେଉଛନ୍ତି ଭାରତୀୟ କ୍ରିକେଟ ଷ୍ଟାର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌-୨୦୧୯ ପରେ କ୍ରିକେଟ୍‌ରୁ ଦୂରରେ ଥିବା ସତ୍ତ୍ୱେ ଧୋନିଙ୍କ ଲୋକପ୍ରିୟତା ହ୍ରାସ ପାଇ ନାହିଁ ବୋଲି ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ ସଂସ୍ଥା ‘ୟୁଗୋଭ’ର ରିପୋର୍ଟ ଅନୁସାରେ ଦେଶରେ ଧୋନୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଲୋକପ୍ରିୟତା ଅଧିକ। ଏହି ସର୍ଭେରେ ୪୧ଟି ଦେଶର ୪୨ ହଜାର ଲୋକ ଭାଗ ନେଇଥିଲେ। ସଂସ୍ଥା ତରଫରୁ ସର୍ଭେକୁ ୨ଟି ବର୍ଗ (ପୁରୁଷ ଓ ମହିଳା)ରେ ବିଭକ୍ତ କରାଯାଇଥିଲା।

Advertisment

publive-image

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତିଙ୍କର ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସର୍ବାଧିକ ପ୍ରଶଂସନୀୟ ଲୋକଙ୍କର ତାଲିକା (ପୁରୁଷ ବର୍ଗ)ରେ ବିଶ୍ୱରେ ୬ଷ୍ଠ ସ୍ଥାନ ପାଇଛନ୍ତି। ବିଲ ଗେଟସ୍‌ଙ୍କୁ ଏହି ତାଲିକାରେ ପ୍ରଥମ ସ୍ଥାନ ମିଳିଛି। ଗେଟସ୍‌ଙ୍କ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଚୀନ୍‌ ଫିଲ୍ମ ଅଭିନେତା ଜ୍ୟାକି ଚେନ୍‌, ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଓ ଚୀନ୍‌ କଂପାନି ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମାଙ୍କ ନାମ ଅଛି।

publive-image Hindustan Times

ସର୍ବାଧିକ ପ୍ରଶଂସନୀୟ ଲୋକଙ୍କ ତାଲିକାରେ ଯଦି କେବଳ ଭାରତୀୟଙ୍କ କଥା ଆଲୋଚନା କରିବା, ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଏମ୍‌ଏସ୍‌ ଧୋନି। ଏହାର ଅର୍ଥ ଧୋନି ଟିମ୍‌ ଇଣ୍ଡିଆର ବର୍ତ୍ତମାନ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆଗରେ। ଧୋନିଙ୍କ ପରେ ଭାରତୀୟ ତାଲିକାରେ ଶିଳ୍ପପତି ରତନ ଟାଟା, ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର ଓ ବିରାଟ କୋହଲି (୬ଷ୍ଠ) ଅଛନ୍ତି।