ମୁମ୍ବାଇ:  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ  ୮ ୱିକେଟ୍‌ରେ ପରାଜିତ ହେବା ପରେ ଟିମ୍ ଇଣ୍ଡିଆର ସମସ୍ୟା ବୃଦ୍ଧି ପାଇଛି। ଭାରତୀୟ ଦଳର ଏହି ପରାଜୟ ପରେ ଦଳକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ପହଞ୍ଚିବାକୁ ସଂଘର୍ଷ କରିବାକୁ ପଡିପାରେ ବୋଲି କୁହାଯାଉଛି। ଅବଶିଷ୍ଟ ସାତୋଟି ମ୍ୟାଚ୍‌ରେ ସେଥିପାଇଁ ଭାରତୀୟ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

Advertisment

ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ କୀର୍ତ୍ତନରେ ନଜର ଆସିଥିଲେ। ମୁମ୍ବାଇରେ କୃଷ୍ଣ ଦାସ କୀର୍ତ୍ତନ କାର୍ଯ୍ୟକ୍ରମରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉଭୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଭକ୍ତିରେ ବୁଡି ରହିଥିବାର ନଜର ଆସିଛନ୍ତି।

କରୱା ଚୌଥ୍‌ ରାତିରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏହି କୀର୍ତ୍ତନରେ ନଜର ଆସିଥିଲେ। ଏହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଂଶୀଦାର ହୋଇଥିବା କ୍ଲିପ୍‌ଗୁଡିକରେ, ଉଭୟ ଏକାଠି ବସିଥିବାର ଦେଖାଯାଉଛି।  କୋହଲି ଏବଂ ଅନୁଷ୍କା ମଧ୍ୟ ତିନି ମାସ ପୂର୍ବେ ଲଣ୍ଡନରେ କୃଷ୍ଣ  ଦାସଙ୍କ କୀର୍ତ୍ତନରେ ଯୋଗ ଦେଇଥିଲେ।  ଦମ୍ପତି ଏଭଳି କାର୍ଯ୍ୟକ୍ରମରେ ପ୍ରଥମ ଥର ଅଂଶଗ୍ରହଣ କରିନାହାନ୍ତି। ଏହିପରି କାର୍ଯ୍ୟକ୍ରମଗୁଡ଼ିକରେ ଉଭୟ ପତିପତ୍ନୀ  ଯୋଗ ଦେଇଥାନ୍ତି। ଏନେଇ ସେମାନଙ୍କ ମଧ୍ୟରେ  ଆଗ୍ରହ ରହିଛି।

ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବା ପରେ ବିରାଟ କୋହଲି ମୁମ୍ବାଇ ଯାଇଥିଲେ। ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ଏକ ଶିକ୍ଷା ପରି ଥିଲା। ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲ୍ଆଉଟ୍ ହୋଇଥିଲା। 

ଖେଳାଳିମାନେ ଦ୍ୱିତୀୟ ଇନିଂସରେ ୪୬୨ ରନ୍ ସ୍କୋର କରିଥିଲେ। ଅନେକ ଖେଳାଳି ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ।  ସେଥିରେ ବିରାଟଙ୍କ ୭୦ ରନ୍, ସରଫରାଜ ଖାନଙ୍କ ଧୂଆଁଧାର ୧୫୦ ରନ୍ ଏବଂ ଋଷଭ ପନ୍ତଙ୍କ ୯୯ ରନ୍ ରହିଥିଲା।