ତିନି ଥର ପରୀକ୍ଷା ପରେ ପଜିଟିଭ୍ ଆସିଥିଲେ ଋଦ୍ଧିମାନ

କୋଲକାତା: ଆଇପିଏଲ୍‌ ସମୟରେ କୋଭିଡ୍‌ ପଜିଟିଭ ଆସିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦର ଭାରତୀୟ ୱିକେଟରକ୍ଷକ ଋଦ୍ଧିମାନ ସାହା ୩ ଥର ପରୀକ୍ଷା କରିବା ପରେ ହିଁ ପଜିଟିଭ ଆସିଥିଲେ। ଆଇପିଏଲ୍‌ ସ୍ଥଗିତ ରହିବା ପରେ ପ୍ରଥମ ଥର ଋଦ୍ଧିମାନ ମୁହଁ ଖୋଲିବା ବେଳେ ଏଭଳି କଥା ଜଣାପଡିଛି। ଏକ ଅଭ୍ୟାସ ପରେ ମୁଁ କ୍ଲାନ୍ତ ହୋଇପଡ଼ିଥିଲି ଏବଂ ଥଣ୍ଡା ହୋଇଥିବା ଅନୁଭବ କରିଥିଲି। ଏହା ପରେ ଲଗାତାର ଦୁଇ ଦିନ କୋଭିଡ୍‌ ପରୀକ୍ଷା କରିଥିଲେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା। ଜ୍ବର ଆସିବା ପରେ ମୁଁ ତୁରନ୍ତ ଦଳୀୟ ଡାକ୍ତରଙ୍କୁ ଜଣାଇ‌ ଦେଇଥିଲି।

ପୁନର୍ବାର ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା। ୩ ଦିନ ଭିତରେ ୩ ଥର ପରୀକ୍ଷା ପରେ ରିପୋର୍ଟ ସ୍ପଷ୍ଟ ହୋଇଥିଲା ବୋଲି ସାହା ପ୍ରକାଶ କରିଥିଲେ। ବିଶ୍ବବ୍ୟାପୀ ସ୍ଥିତିକୁ ଦେଖି ମୁଁ ବି ଡରିଯାଇଥିଲି। ପରିବାରର ପ୍ରତି ଲୋକ ମଧ୍ୟ ଚିନ୍ତିତ ହୋଇପଡ଼ିଥିଲେ। ଭିଡିଓ କଲ୍ ମାଧ୍ୟମରେ ଆମେ ସେମାନଙ୍କୁ ନିଶ୍ଚିତ କରିଥିଲୁ ଡରିବାର କିଛି କାରଣ ନାହିଁ। ‘‘ମୋର ଯଥେଷ୍ଟ ଯତ୍ନ ନିଆଯାଉଛି। ମୋ ଶରୀରରେ ବି ଅଧିକ କିଛି ଅସୁବିଧା ନଥିଲା। ଥଣ୍ଡା ଓ କାଶ ଏବେ କମିଗଲାଣି। ମୁଁ ଖୁବ୍ ଶୀଘ୍ର ଅଭ୍ୟାସ ଆରମ୍ଭ କରିବି। ପ୍ରଶଂସକମାନଙ୍କୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ମୁଁ ଏବେ ସୁସ୍ଥ ହୋଇଗଲିଣି’’ ବୋଲି ସାହା ଆନନ୍ଦବଜାର ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର