ଦୁବାଇ: ଭାରତ- ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସେ କେବଳ ଭାରତୀୟ ପ୍ରଶଂସକଙ୍କ ନୁହେଁ ବରଂ ପାକିସ୍ତାନୀ ଅଧିନାୟକଙ୍କର ମଧ୍ୟ ହୃଦୟ ଜିତିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ସେ ଦେଖାଇଥିବା ସାହସ ଏବଂ ଧୈର୍ଯ୍ୟ କେବଳ ଜଣେ ମହାନ କ୍ରିକେଟର ହିଁ ଦେଖାଇଥାଏ। ଏନେଇ ପ୍ରଶଂସକମାନେ ତାଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ କଥା ଲେଖିଛନ୍ତି । ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ମହେନ୍ଦ୍ର ସିଂ ଧୋନିଙ୍କୁ କିପରି ମନେ ରଖିଛନ୍ତି ସେ ବିଷୟରେ ହାର୍ଦ୍ଦିକ କହିଛନ୍ତି।
What was going through @hardikpandya7's mind during the chase?
Listen from the man himself 👇 & get ready to watch him in #INDvHKG on Aug 31.
DP World #AsiaCup2022 | @jatinsapru | @GautamGambhir | #BelieveInBlue#INDvPAK#GreatestRivalrypic.twitter.com/tBjDRcUXYO
— Star Sports (@StarSportsIndia) August 29, 2022
ଭାଇରାଲ୍ ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ କହିଛନ୍ତି - ମୁଁ ନିଜକୁ ଯେତିକି ସହଜ ଓ ସରଳ ରଖିବା କଥା ସେତିକି ରଖିଛି। ତେବେ, ମାହି ଭାଇଙ୍କଠାରୁ ଅନେକ ଜିନିଷ ଶିଖିଛି । ତାଙ୍କ ଠାରୁ ମୁଁ ଅନେକ କିଛି ଶିଖିବାକୁ ପାଇଛି। ପ୍ରତିକୂଳ ପରିସ୍ଥିତିରେ କିପରି ସାମନା କରିବ? ଅଧୈର୍ଯ୍ୟ ନହୋଇ ନିଜକୁ କିପରି ଶାନ୍ତ ରଖିବ; ଏସବୁ କିଛି ମୁଁ ତାଙ୍କଠାରୁ ହିଁ ଶିଖୁଛି ।’ ଏବେ ସୋସିଆଲ ମିଡିଆରେ ଲୋକମାନେ ପାଣ୍ଡ୍ୟାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି ।
ଏହି ରୋମାଞ୍ଚକର ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଷ୍ଟାର୍ ସ୍ପୋର୍ଟସ୍ ଏହି ଭିଡିଓକୁ ନିଜ ଚ୍ୟାନେଲରେ ସେୟାର କରିଛି । ଏହି ଭିଡିଓକୁ ୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ।