ଆଡିଲେଡ୍: ଘରୋଇ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ଙ୍କ ଜୋର୍ଦାର ଲଢେଇ ସତ୍ତ୍ବେ ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩୧ ରନ୍ରେ ପ୍ରଥମ ଟେଷ୍ଟ୍ ଜିତିନେଲା। ଆଉ ଏହି ବିଜୟ ସହ ବିରାଟ କୋହଲି ଅଷ୍ଟ୍ରେଲିଆ (ଆଡିଲେଡ୍), ଇଂଲଣ୍ଡ୍ (ଟ୍ରେଣ୍ଟ୍ବ୍ରିଜ୍) ଏବଂ ଦକ୍ଷିଣ ଆଫ୍ରିକା (ୱଣ୍ଡରର୍ସ)ରେ ଟେଷ୍ଟ୍ ମ୍ୟାଚ୍ ଜିତିବାରେ ଏସିଆ ମହାଦେଶର ପ୍ରଥମ ଅଧିନାୟକ ହେବାର ଗୌରବ ପାଇଛନ୍ତି। ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ୍ ଦ୍ରାବିଡ ଓ ମହେନ୍ଦ୍ର ସିଂହ ଧୋନି ଉଭୟ ଇଂଲଣ୍ଡ୍ ଓ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଜିତିଥିଲେ ମଧ୍ୟ ଅଷ୍ଟ୍ରେଲିଆରେ ଏହି ଗୌରବ ପାଇନଥିଲେ। ଶେଷ ଥର ପାଇଁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ୨୦୦୩ରେ ଆଡିଲେଡ୍ରେ ଟେଷ୍ଟ୍ ବିଜୟ ହାସଲ କରିଥିଲା। ତେବେ ଅଷ୍ଟ୍ରେଲିଆରେ ଶେଷ ଥର ପାଇଁ ଭାରତ ୨୦୦୮ରେ ପର୍ଥରେ ବିଜୟୀ ହୋଇଥିଲା। ଏହି ଟେଷ୍ଟ୍ର ନେତୃତ୍ବ ନେଇଥିଲେ ଅନିଲ କୁମ୍ବଲେ। ଫଳରେ ଅଷ୍ଟ୍ରେଲିଆରେ ଟେଷ୍ଟ୍ ମ୍ୟାଚ୍ ଜିତିବାରେ ଅନିଲ କୁମ୍ବଲେଙ୍କ ପରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି।
ବିରାଟ କୋହଲି ଓ ତାଙ୍କ ଦଳ ଚଳିତ ବର୍ଷ ହିଁ ବିଦେଶ ମାଟିରେ ତିନିଟି ଟେଷ୍ଟ୍ ଜିତିବାର ଆଉ ଏକ ବିରଳ ସଫଳତା ହାତେଇଛନ୍ତି। ୱଣ୍ଡରର୍ସରେ ଦକ୍ଷିଣ ଆଫ୍ରିକାକୁ, ଟ୍ରେଷ୍ଟ୍ବ୍ରିଜ୍ରେ ଇଂଲଣ୍ଡ୍କୁ ଏବଂ ସୋମବାର ଆଡିଲେଡ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ କୋହଲି ବାହିନୀ ଭାରତ ପାଇଁ ୫୦ ବର୍ଷ ପରେ ପ୍ରଥମ ଥର ଲାଗି ଗୋଟିଏ ବର୍ଷରେ ବିଦେଶରେ ତିନିଟି ଟେଷ୍ଟ୍ ଜିତିବାର ଗୌରବ ବହନ କରିଛି। ଏହା ପୂର୍ବରୁ ଶେଷ ଥର ପାଇଁ ୧୯୬୮ ମସିହାରେ ଉପମହାଦେଶ ବାହାରେ ଭାରତ ଗୋଟିଏ ବର୍ଷରେ ତିନି ଟେଷ୍ଟ୍ ଜିତିଥିଲା। ସେତେବେଳେ ନ୍ୟୁଜିଲାଣ୍ଡ୍ରେ ହିଁ ତିନିଟିଯାକ ଟେଷ୍ଟ୍ ବିଜୟ ହାସଲ କରିଥିଲା।
ଅଷ୍ଟ୍ରେଲିଆ, ଇଂଲଣ୍ଡ୍ ଓ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଜିତିବାରେ କୋହଲି ଏସିଆର ପ୍ରଥମ ଅଧିନାୟକ
୫୦ ବର୍ଷ ପରେ ୩ ବିଦେଶ ବିଜୟ
/sambad/media/post_attachments/wp-content/uploads/2018/12/4-Captain-Virat-Kohli-right-and-Ravichandran-Ashwin-celebrate-winning-the-first-Test-against-Australia..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)