ପୁଣି ବଲ୍ ବିକୃତ ବିବାଦ: ଏଥର ଜାମ୍ପା

ଲଣ୍ଡନ୍‌: ପୁଣି ଥରେ ବଲ୍‌ ବିକୃତ ବିବାଦ ଅଷ୍ଟ୍ରେଲିଆକୁ ପିଛା କରିଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ୍ ବିକୃତ ବିବାଦ କାରଣରୁ ବର୍ଷକର ବାସନ୍ଦ ଦଣ୍ଡ ଭୋଗିଥିବା ଡେଭିଡ୍ ୱାର୍ନର ଏବଂ ଷ୍ଟିଭେନ୍ ସ୍ମିଥ୍ ସିଧାସଳଖ ବିଶ୍ବକପ୍‌ ଖେଳୁଛନ୍ତି। କିନ୍ତୁ ଦଳର ଯୁବ ଖେଳାଳି ତଥା ସ୍ପିନର ଆଦାମ ଜାମ୍ପା ଭାରତ ବିପକ୍ଷ ମ୍ୟାଚ୍‌ ବେଳେ ବଲ୍ ବିକୃତ କରିଥିବାର ଅଭିଯୋଗ ନଜରକୁ ଆସିଛି। ବୋଲିଂ କରୁଥିବା ବେଳେ ପ୍ରତିଟି ବଲ୍ ବେଳେ ସେ ହାତକୁ ନିଜ ପକେଟ ଭିତରେ ପୁରାଉଥିବାରୁ ଏଭଳି ଅଭିଯୋଗରେ ପଡ଼ିଛନ୍ତି। ପକେଟରେ କ’ଣ, ଅଷ୍ଟ୍ରେଲିଆ ନିଜ ପୁରୁଣା କୌଶଳକୁ ଫେରିଲା କି? ବୋଲି ପ୍ରଶଂସକମାନେ ଟ୍ବିଟର୍ ପୃଷ୍ଠାରେ ପ୍ରଶ୍ନ କରିଛନ୍ତି। ଆନୁଷ୍ଠାନିକ ଭାବେ କିନ୍ତୁ ଏହା ତଦନ୍ତ ପରିସରକୁ ଆସିନାହିଁ। ପ୍ରଶଂସକମାନେ କିନ୍ତୁ ଜୋରଦାର ଭାବେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର