କରାଚୀ: ପାକିସ୍ତାନୀ ଅଲରାଉଣ୍ଡର୍ ମହମ୍ମଦ ହାଫିଜଙ୍କ ବୋଲିଂ ଉପରେ ନିଲମ୍ବନ ଲାଗୁ କରାଯାଇଛି। ସନ୍ଦେହାତ୍ମମ ବୋଲିଂ ଢ଼ଙ୍ଗ ପାଇଁ ତାଙ୍କୁ ଗୁରୁବାର ଆଇସିସି ନିୟମ ଅନୁସାରେ ନିଲମ୍ବିତ କରାଯାଇଛି। ଆଇସିସିର ଅବୈଧ ବୋଲିଂ ନୀତିର ଧାରା ୧୧.୧ ଅନୁସାରେ ଧାର୍ଯ୍ୟ ୧୫ ଡିଗ୍ରି ସୀମାକୁ ହାଫିଜ୍ଙ୍କ ବୋଲିଂ ଅତିକ୍ରମ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସମାନ କାରଣ ପାଇଁ ହଫିଜ୍ ତୃତୀୟ ଥର ପାଇଁ ନିଲମ୍ବିତ ହେଲେଣି। ୨୦୧୫ରେ ପାକିସ୍ତାନ-ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ପରେ ୨୦୧୫ ଏପ୍ରିଲ୍ରେ ପ୍ରଥମ ଥର ନିଲମ୍ବିତ ହୋଇଥିଲେ। କିନ୍ତୁ ସଂଶୋଧିତ ଢ଼ଙ୍ଗ ସହ ଆସିବା ପରେ କିଛି ମାସ ପରେ ପାକିସ୍ତାନ-ଶ୍ରୀଲଙ୍କା ଗଲ୍ ଟେଷ୍ଟ୍ରେ ମଧ୍ୟ ପୁଣି ଥରେ ସନ୍ଦେହ ଘେରକୁ ଆସି ନିଲମ୍ବିତ ହୋଇଥିଲେ। ୨୪ ମାସ ମଧ୍ୟରେ ଦୁଇ ଥର ନିଲମ୍ବିତ ହୋଇଥିବାରୁ ହାଫିଜଙ୍କ ଉପରେ ଏଥରର ନିଲମ୍ବନ ଏକ ବର୍ଷ ଲାଗୁ ହୋଇପାରେ। ୨୦୧୬ ନଭେମ୍ବରରେ ବ୍ରିସ୍ବେନ୍ସ୍ଥିତ ଜାତୀୟ କ୍ରିକେଟ୍ କେନ୍ଦ୍ରରେ ନିଜ ଢ଼ଙ୍ଗ ସଜାଡ଼ିବା ପରେ ଚଳିତ ବର୍ଷ ପ୍ରାରମ୍ଭ ପର୍ଯ୍ୟନ୍ତ ହାଫିଜ୍ ବୋଲିଂ କରୁନଥିଲେ। ଏହି ଭେଟେରାନ୍ ଖେଳାଳି ଗତ ମାସ (ଅକ୍ଟୋବର ୨୦୧୭)ରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ପୁଣି ଅମ୍ପାୟାରଙ୍କ ସନ୍ଦେହ ଘେରକୁ ଆସିଥିଲେ। ଇଂଲଣ୍ଡର ଲାଫ୍ବରୋରେ ବୋଲିଂ ଢ଼ଙ୍ଗର ତର୍ଜମା କରାଇଛନ୍ତି। ତଥାପି ହାଫିଜ ନିଜ ଢ଼ଙ୍ଗକୁ ସଂଶୋଧିତ କରିବା ପରେ ନିଲମ୍ବନ ବିରୋଧରେ ଆବେଦନ କରିପାରିବେ।
ହାଫିଜ୍ଙ୍କୁ ପୁଣି ବୋଲିଂ ମନା
/sambad/media/post_attachments/wp-content/uploads/2017/11/download-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)