ଭୁବନେଶ୍ବର: ଅଧିନାୟକ ମହମ୍ମଦ ରିଜୱାନ (ସିନିଅର) ଆହତ ହୋଇ ବିଶ୍ବକପ୍ରୁ ବାଦ୍ ପଡ଼ି ସାରିଛନ୍ତି। ଉପ-ଅଧିନାୟକ ଅହମ୍ମଦ ବଟ୍ଟ ବି ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ହକି ଦଳକୁ ଶନିବାର ଆଉ ଏକ ବଡ଼ ଝଟ୍କା ଲାଗିଛି। ବିଶ୍ବକପ୍ର ନିୟମ ଉଲଂଘନ କରିଥିବା ଅଭିଯୋଗରେ ପାକିସ୍ତାନର ସହକାରୀ ପ୍ରଶିକ୍ଷକ ଦାନିଶ କଲିମଙ୍କ ବିରୋଧରେ ଅନ୍ତର୍ଜାତୀୟ ହକି ମହାସଂଘ ତଦନ୍ତ ନିର୍ଦେଶ ଦେଇଛି। କଲିମ ମାଲେସିଆ ବିପକ୍ଷ ମ୍ୟାଚ୍ ବେଳେ ପ୍ରତିଯୋଗିତାର ନିର୍ଧାରିତ ନୀତି ନିୟମ ଅନୁସରଣ ନ କରି ଷ୍ଟାଡିୟମ୍ ଭିତରେ ବୁଲୁଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସେ ଏଫ୍ଆଇଏଚ୍ ଅଧିକାରୀଙ୍କ ନିକଟରେ ଏଥିନେଇ ହାଜର ହୋଇଥିଲେ। ଏହି ବିଷୟ ପାକିସ୍ତାନ ପ୍ରଶିକ୍ଷକ ମଣ୍ଡଳିର ଅନ୍ୟତମ ସଦସ୍ୟ ତୌକିର ଦାର ମଧ୍ୟ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଆମ ବିରୋଧରେ ଆଉ ଏକ ତଦନ୍ତ ନିର୍ଦେଶ ଦିଆଯାଇଛି। ମାଲେସିଆ ବିପକ୍ଷ ମ୍ୟାଚ୍ ବେଳେ ଦାନିଶ ଓ ମୁଁ ଷ୍ଟାଡିୟମ୍ ଟେରାସରେ ବସି ମ୍ୟାଚ୍ ଦେଖୁଥିଲୁ। ପ୍ରବନ୍ଧକ ହାସନ ସର୍ଦାର ଓ ପ୍ରଶିକ୍ଷକ ରେହାନ ବଟ୍ଟଙ୍କ ସହ ଆମେ ୱାକି-ଟକିରେ ବାର୍ତାଳାପ କରୁଥିଲୁ। ହାସନ ଭାଇଙ୍କ ପାଖକୁ ଦାନିଶ ହାତରେ ମୁଁ କିଛି କାଗଜପତ୍ର ପଠାଇଥିଲି। ଏହାକୁ ଦେଇ ପୁଣି ଥରେ ଟେରିସକୁ ଫେରିଲା ବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ସ୍ବୀକୃତିପତ୍ର ମାଗିଥିଲେ ଏବଂ ଖରାପ ବ୍ୟବହାର କରିଥିଲେ। ଦାନିଶ ସେମାନଙ୍କୁ ସେମାନଙ୍କ ନାଁ ପଚାରିଥିଲେ। କାରଣ ସେମାନଙ୍କ ବିରୋଧରେ ଆମେ ଅଭିଯୋଗ କରିବାକୁ ଚାହୁଁଥିଲୁ। ହେଲେ ଆମେ ଅଭିଯୋଗ କରିବା ପୂବର୍ରୁ ସେମାନେ ଆମ ନାଁରେ ଆଗୁଆ ଅଭିଯୋଗ କରିଦେଇଛନ୍ତି ବୋଲି ମୁଁ ଜାଣିବାକୁ ପାଇଛି।
ପୁଣି ଅଡ଼ୁଆରେ ପାକିସ୍ତାନ
ସହକାରୀ ପ୍ରଶିକ୍ଷକଙ୍କ ବିରୋଧରେ ତଦନ୍ତ ନିର୍ଦେଶ
/sambad/media/post_attachments/wp-content/uploads/2018/12/Untitled-2-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)