ପୁଣି କାଂସ୍ୟ ଜିତିଲେ ପ୍ରତ୍ୟାଶା

ଭୁବନେଶ୍ୱର: ନୂଆଦିଲ୍ଲୀରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଆଉ ଏକ ପଦକ ଜିତିଛନ୍ତି ଯୁବା ସନ୍ତରିକା ପ୍ରତ୍ୟାଶା ରାୟ। ଗୁରୁବାର ୧୦୦ ମିଟର୍‌ ବାଳିକା ବ୍ୟାକ୍‌ଷ୍ଟ୍ରୋକ୍‌ରେ କାଂସ୍ୟ ଜିତିଥିବା ପ୍ରତ୍ୟାଶା ୨୦୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍‌ରେ ମଧ୍ୟ ଏହାକୁ ଦୋହରାଇଛନ୍ତି। ଶନିବାର ୨୦୦ ମିଟର୍‌ ପ୍ରତିଯୋଗିତାରେ ପ୍ରତ୍ୟାଶା ୨ ମିନିଟ୍‌ ୩୪.୪୪ ସେକେଣ୍ଡ୍‌ ସମୟ ନେଇଥିଲେ। ଜାତୀୟ ସ୍ତରରେ ଏକାଧିକ ପଦକ ଜିତି ସାରିଥିବା ପ୍ରତ୍ୟାଶା ଏବେ ଓଡ଼ିଶା ପାଇଁ ଚଳିତ ଖେଲୋ ଇଣ୍ଡିଆରେ ଏକମାତ୍ର ଓଡ଼ିଆ ଭାବେ ଦୁଇଟି ପଦକ ଜିତି ଗୌରବାନ୍ଵିତ କରିଛନ୍ତି। ଏଥି ସହିତ ଓଡ଼ିଶାର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଶୁକ୍ରବାର ପୁଙ୍ଗା ସୋରେନ୍‌ ୧୧୦ ମିଟର ବାଧାଦୌଡ଼ରେ ୧୪.୧୨ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର