ରାଞ୍ଚି: ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍ (ବିଶାଖାପାଟଣା ଓ ପୁନେ)ରେ ଟସ୍ ହାରିବା ପରେ ନିଜ ଭାଗ୍ୟକୁ ନିନ୍ଦିଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ’ପ୍ଲେସିସ୍। ଏହି ଦୁଇଟି ଟେଷ୍ଟ୍ରେ ମଧ୍ୟ ତାଙ୍କ ଦଳ ପରାଜୟ ବରଣ କରିଥିଲା। କେବଳ ସେତିକି ନୁହେଁ ଏହାକୁ ମିଶାଇ ସେ ଲଗାତାର ୯ ଥର ଟସ୍ ହାରିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଲେ ହୁଏତ ଫଳାଫଳ ଭିନ୍ନ ହୁଅନ୍ତା ବୋଲି ଭାବିଥିଲେ। ତେଣୁ ରାଞ୍ଚିରେ ଶନିବାର ସେ ଟସ୍ ପକାଇବାକୁ ନଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅନ୍ୟ ଜଣେ ସାଥୀ ଖେଳାଳି ଟସ୍ ପକାଇବାର ଯୋଜନା କରିଥିଲେ। ଏହି ଦୃଷ୍ଟିରୁ ଡୁ ପ୍ଲେସିସ୍ ଆଜି କୋହଲିଙ୍କ ସହ ଟସ୍ ପାଇଁ ପଡ଼ିଆକୁ ଯାଇଥିଲେ ମଧ୍ୟ ପ୍ରକ୍ସି ଅଧିନାୟକ ଭାବେ ତେମ୍ବା ବଭୁମାଙ୍କୁ ଟସ୍ ଡାକିବାକୁ କହିଥିଲେ। ହେଲେ ସେଥିରେ ମଧ୍ୟ ଦଳର ଭାଗ୍ୟ ବଦଳିଲା ନାହିଁ। କୋହଲି ପୁଣି ଥରେ ଏପରିକି ଚଳିତ ଶୃଙ୍ଖଳାରେ କ୍ରମାଗତ ତୃତୀୟ ଥର ଟସ୍ ଜିତିଗଲେ। ଏହାକୁ ନେଇ ଟସ୍ ବେଳେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଉପସ୍ଥିତ ଭାଷ୍ୟକାରଙ୍କ ସହିତ କୋହଲି ବି ନହସି ରହିପାରିନଥିଲେ। ଏପରିକି ଡୁ ପ୍ଲେସିସ୍ଙ୍କ ସହ କୋହଲି ଥଟ୍ଟାମଜାରେ ମାତି ଯାଇଥିଲେ। ଲଗାତାର ଦଶମ ଥର ପାଇଁ ଦକ୍ଷିଣ ଆଫ୍ରିକା ଟସ୍ ହାରିଥିଲା ବେଳେ କୋହଲି ପୁଣି ଟସ୍ ଜିତି ଚିରାଚରିତ ଭାବେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଡୁ ପ୍ଲେସିସ୍ଙ୍କୁ ନିରାଶ କରିଥିଲେ।
ଭାଗ୍ୟ ବଦଳିଲାନି: ପୁଣି ଟସ୍ ହାରିଲା ଦକ୍ଷିଣ ଆଫ୍ରିକା
/sambad/media/post_attachments/wp-content/uploads/2019/10/sdfgs56dfg7s9g854s564gs56d4gsdgsdgsdfgsdgsdgsdgsdgsdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)