ନୂଆଦିଲ୍ଲୀ: କେତେକ କୁହନ୍ତି ଯେ କ୍ରିକେଟ୍‌ରେ ବୟସ୍କ ଖେଳାଳି ଖେଳିଲେ ତାହା ଦଳ ପାଇଁ ସମସ୍ୟା କରିପାରେ। ଏପରିକି ବିଗତ ବର୍ଷଗୁଡ଼ିକରେ ଅନେକ କ୍ରିକେଟର୍‌ ୩୫ ବର୍ଷ ପାଖାପାଖି ହୋଇଯିବା ବେଳକୁ ଖେଳରୁ ସନ୍ୟାସ ନେଇଯାଉଛନ୍ତି। କିନ୍ତୁ ଇଂଲଣ୍ଡ କ୍ରିକେଟର୍‌ ଜେମ୍‌ସ ଆଣ୍ଡରସନ୍‌ଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର। ସବୁ ପଣ୍ଡିତମାନଙ୍କ ଆଲୋଚନାକୁ ଭୁଲ୍‌ ପ୍ରମାଣିତ କରି ଆଣ୍ଡରସନ୍‌ ଇଂଲଣ୍ଡର ମ୍ୟାଚ୍‌ ବିଜେତା ହୋଇପାରିଛନ୍ତି। ନିକଟରେ ଶେଷ ହୋଇଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ଏହି ୪୦ ବର୍ଷୀୟ ଖେଳାଳି ଦ୍ବିତୀୟ ପାଳିରେ ୪ ୱିକେଟ୍‌ ଅକ୍ତିଆର କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

Advertisment

ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ୧ ୱିକେଟ୍‌ ନେଇଥିଲେ। ୨୦୦୩ରେ ଜିମ୍ବାୱେ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ଆଣ୍ଡରସନ୍‌ ୧୭୬ ଟେଷ୍ଟରୁ ୨.୭୯ ଇକୋନୋମି ଓ ୨୬.୧୫ ହାରରେ ସେ ୬୭୨ ୱିକେଟ୍‌ ନେବା ସହ ବର୍ତ୍ତମାନ ଖେଳୁଥିବା କ୍ରିକେଟର୍‌ଙ୍କ ମଧ୍ୟରେ ବୟସ୍କ (୪୦ ବର୍ଷ ୧୩୦ ଦିନ) ମାନ୍ୟତା ପାଇଛନ୍ତି। ଟେଷ୍ଟ କ୍ୟାରିଅର୍‌ରେ ସେ ୨ ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି। ତାଙ୍କ ପଛକୁ ବୟସ ତୁଳନାରେ ଭାରତର ରିଦ୍ଧିମାନ ଶାହ (୩୮ ବର୍ଷ ୪୪ ଦିନ) ଓ ପାକିସ୍ତାନର ଆଝାର ଅଲ୍ଲୀ (୩୭ ବର୍ଷ ୨୯୧ ଦିନ) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ବୟସ୍କ ହୋଇପାରିଛନ୍ତି। ଏପରିକି ସର୍ବାଧିକ ମ୍ୟାଚ୍‌ ତାଲିକାରେ ସଚିନ ତେନ୍ଦୁଲକର (୨୦୦)ଙ୍କ ପଛକୁ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ‌ତେବେ ତାଙ୍କୁ ୩୫ ବର୍ଷ ଛୁଇଁବା ପରଠୁ ସେ ଆହୁରି ଫିଟ୍‌ ପ୍ରମାଣ ଦେଇଛନ୍ତି। ଏହି ୫ବର୍ଷ ମଧ୍ୟରେ ୫୧ ମ୍ୟାଚ୍‌ ଖେଳି ୨୧.୦୪ ହାରରେ ୧୯୨ ୱିକେଟ୍‌ ସେ ଦଖଲ କରିସାରିଲେଣି।