ଭୁବନେଶ୍ବର: ବାଂଲାଦେଶର ଢ଼ାକାରେ ଶୁକ୍ରବାର ଶେଷ ହୋଇଥିବା ଏସୀୟ ୧୪ ବର୍ଷରୁ କମ୍‌ ଟେନିସ୍ ପ୍ରତିଯୋଗିତାରେ ଭୁବନେଶ୍ବର କିଶୋର ଆହାନ ମିଶ୍ର ଚମତ୍କାର ପ୍ରଦର୍ଶନ କରି ବାଳକ ଯୁଗଳ ବର୍ଗରେ ଉପ ବିଜେତା ହୋଇଛନ୍ତି। ବାଂଲାଦେଶର ଜୱାଦ ମହମ୍ମଦ ଭୂ୍ୟାଁଙ୍କୁ ସାଥି କରି ଖେଳିଥିବା ଆହାନ ୫-୭, ୬-୪, ୧୪-୧୬ରେ ସ୍ଥାନୀୟ ଯୋଡ଼ି ମହମ୍ମଦ ରାଜୀବ ଓ ମହମ୍ମଦ ତନଭୀର ମୁନ ତୁଷାରଙ୍କଠାରୁ ହାରିଯାଇଥିଲେ। ଏହି ମ୍ୟାଚ୍‌ ଏକ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ ଦୀର୍ଘ ୨ ଘଣ୍ଟା ଧରି ଚାଲିଥିଲା। ପୂର୍ବରୁ ଏକକ ବର୍ଗର କ୍ବାର୍ଟରଫାଇନାଲ୍‌ରେ ଆହାନ ହାରିଯାଇଥିଲେ। ଏହି ପ୍ରତିଯୋଗିତାରୁ ଆହାନଙ୍କୁ ୯୦ ରୢାଙ୍କିଙ୍ଗ୍ ପଏଣ୍ଟ ମିଳିଛି। ସମ୍ପ୍ରତି ଏସୀୟ ମାନ୍ୟତାରେ ଆହାନ ୫୩୦ ନମ୍ବର ସ୍ଥାନରେ ଥିବାବେଳେ ପରବର୍ତୀ ତାଲିକାରେ ୨୫୦ ଭିତରକୁ ଆସିବେ ବୋଲି ବିଶ୍ବାସ କରାଯାଉଛି। ମାତ୍ର ଦୁଇଟି ଏସୀୟ ପ୍ରତିଯୋଗିତା ଖେଳିଥିବାରୁ ଆହାନ ନିଜ ବୟସ ବର୍ଗରେ ନିଶ୍ଚିତ ବର୍ଷକ ଭିତରେ ଶୀର୍ଷ ୫୦ ଭିତରକୁ ଆସିପାରିବେ ବୋଲି ତାଙ୍କ ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ ଆଶା ପ୍ରକଟ କରିଛନ୍ତି।