ଭୁବନେଶ୍ବର : ଏସ୍‌ ବେସ୍‌ ଟେନିସ ଏକାଡେମିର ଆହାନ ଓଡ଼ିଶାର ପ୍ରଥମ ଝିଅ ଭାବେ ଏସୀୟ ୧୬ ବର୍ଷରୁ କମ୍‌ ବଳିକା ବର୍ଗରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାର ଏକକ ଓ ଯୁଗଳ ଫାଇନାଲ୍‌ ଜିତି ଦ୍ବିମୁକୁଟ ହାସଲ ‌କରିଛନ୍ତି। ଆସାମର ‌ଜୋର୍ହାଟରେ ଆୟୋଜିତ ଏହି ପ୍ରତିଯୋଗିତାର ଏକକ ଫାଇନାଲ୍‌ରେ ଆହାନ ୬-୧, ୬-୩ ସେଟ୍‌ରେ ଆକାଂକ୍ଷା ଘୋଷଙ୍କୁ ପରାସ୍ତ କରିଥିଲେ। ବାଳିକା ଯୁଗଳ ବର୍ଗରେ ଆକାଂକ୍ଷାଙ୍କୁ ସାଥୀ କରି ସେ ୬-୨, ୬-୨ ସେଟ୍‌ରେ ଅନ୍ୟ ଏକ ଭାରତୀୟ ଯୋଡ଼ି ନିସ୍ଥ‌ା ପ୍ରିୟା ବେଜବୋ ଓ ସରସ୍ବତୀ କୁନ୍ଦିଲ୍ୟାଙ୍କୁ ହରାଇଥିଲେ।