ଭୁବନେଶ୍ବର: ପ୍ରତିଭାସମ୍ପନ୍ନ ଓଡ଼ିଆ ଖେଳାଳି ଆହାନଙ୍କୁ ମିଳିଛି ଏସୀୟ ଦ୍ବିମୁକୁଟ। ଛତିଶଗଡ଼ର ଭିଲାଇରେ ଅନୁଷ୍ଠିତ ଏସୀୟ ୧୪ ବର୍ଷରୁ କମ୍‌ ଟେନିସ୍ ପ୍ରତିଯୋଗିତାରେ ଆହାନ ବାଳିକା ବର୍ଗର ଉଭୟ ଏକକ ଓ ଯୁଗଳ ଟ୍ରଫି ଜିତିଛନ୍ତି। ଏକକ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆହାନ ୬-୦, ୬-୩ରେ ପାର୍ଥ ସାରଥି ଅରୁଣ ମୁଣ୍ଡେଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ସେମିଫାଇନାଲ୍‌ରେ ଅନ୍ୟତମ ଭାରତୀୟ ସୂର୍ଯ୍ୟାଂଶୀ ସେଖାୱତଙ୍କୁ ୬-୧, ୬-୦ରେ ପରାସ୍ତ କରିଥିଲେ। ସେହିଭଳି ବାଳିକା ଯୁଗଳ ଫାଇନାଲ୍‌ରେ ଆହାନ ଏବଂ ବିର୍ଦିତା ରାଜପୁତ ଯୋଡ଼ି ୬-୨, ୬-୨ରେ ସୂର୍ଯ୍ୟାଂଶୀ ସେଖାୱତ-ଶିବାନୀ ଗୁପ୍ତେଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌‌ରେ ଏହି ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ନିଜ‌ ୬-୩, ୬-୨ରେ ଦେଶର ଅଭିପସା ଦେହୁରୀ-ସୃଷ୍ଟି କିରଣଙ୍କୁ ପରାସ୍ତ କରିଥିଲେ। ଏସ୍ ବେସ୍ ଟେନିସ୍ ଏକାଡେମିରେ ବରିଷ୍ଠ ପ୍ରଶିକ୍ଷକ ଅଜୟ ନିଶଙ୍କଠାରୁ ପ୍ରଶିକ୍ଷିତ ଆହାନ ଏବେ ଆଗକୁ ବଢ଼ିଚାଲିଛନ୍ତି।