ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ତଳେ ଦ୍ବିତୀୟ ଥର ବାପା ହୋଇଥିଲେ। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ପୁଅର ନାମ ବିରୁଷ୍କା, ଅକାୟ ରଖିଥିବା ସାମ୍ନାକୁ ଆସିଥିଲା। ପୁଅର ନାମ ଘୋଷଣା କରିବା ପରେ ଅକାୟଙ୍କ ନାମରେ ହଜାର ହଜାର ସୋସିଆଲ ମିଡିଆ ଆକାଉଣ୍ଟ ତିଆରି ହୋଇଥିବା ଦେଖାଯାଇଥିଲା। ସୋସିଆଲ ମିଡିଆ ଆକାଉଣ୍ଟ ପରେ ଏବେ ଅକାୟଙ୍କ ଫଟୋ ଭାଇରାଲ ହେଉଛି।

Advertisment

ଅସଲି ନୁହେଁ, ବରଂ ଅକାୟଙ୍କର ଏଆଇ ଦ୍ବାରା ପ୍ରସ୍ତୁତ ହୋଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଫଟୋରେ ଥିବା ପିଲାଟିର ମୁହଁ ବିରାଟଙ୍କ ସହ ମେଳ ଖାଉଥିବା ଦେଖାଯାଇଛି। ଏହି ଫଟୋ ଭାଇରାଲ ହେବା ସହ ଲୋକଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୧୫ ଫେବ୍ରୁଆରିରେ ବିରାଟ ଓ ଅନୁଷ୍କା ଅକାୟଙ୍କ ମାତାପିତା ହୋଇଥିଲେ । ଲଣ୍ଡନରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ବେଳେ ପ୍ରସବର ୫ଦିନ ପରେ ପ୍ରଶଂସକଙ୍କୁ ପୋଷ୍ଟ କରି ଖୁସି ଖବର ଦେଇଥିଲେ ବିରାଟ । ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଖବର ଉପରେ ନିରବ ଥିଲେ। ସେହିପରି ବିରାଟ କୋହଲି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ।