ଆଇଟା ୫୦କେ ଫାଇନାଲ୍‌ରେ ଅନମ୍‌

ଭୁବନେଶ୍ୱର: ହରିଆନାର ସୋନିପତରେ ଚାଲିଥିବା ଆଇଟା ୫୦କେ ପ୍ରତିଯୋଗିତାରେ ଓଡ଼ିଆ ଝିଆ ଅନମ ଅଲମସ୍‌ ମହିଳା ବିଭାଗ ଫାଇଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେମିଫାଇନାଲରେ ଅନମ ୬-୦, ୬-୦ରେ ଦିଲ୍ଲୀର ଶ୍ରେୟାଙ୍କୁ ପରାସ୍ତ କରି ଟ୍ରଫି ଦୌଡ଼ରେ ସାମିଲ ହୋଇଛନ୍ତି। ଏଥି ସହ ୨୦୧୮ ମସିହାରେ ଅନମଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି। କିଛି ସପ୍ତାହ ତଳେ ଅନମ ଭୋପାଳରେ ଅନୁଷ୍ଠିତ ଆଇଟିଏଫ୍‌ ୧୫ କେ ଫ୍ୟୁଚର୍ସ ମହିଳା ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

ସମ୍ବନ୍ଧିତ ଖବର