ଭୁବନେଶ୍ବର: ଚଳିତ ଏଆଇଏଫ୍ଏଫ୍ ଏଲିଟ୍ ଲିଗ୍ରେ ଯୁବ (୧୮ ବର୍ଷରୁ କମ୍) ଓଡ଼ିଶା ଏଫ୍ସି ଗୁରୁବାର ପଞ୍ଜାବ ଏଫ୍ସି ସହ ମ୍ୟାଚ୍ ଅମୀମାଂସିତ ରଖିଛି। ଏଥି ସହିତ ଉଭୟ ଦଳ ୧ ପଏଣ୍ଟ୍ ଲେଖାଏଁ ବାଣ୍ଟି ନେଇଛନ୍ତି। ଓଡ଼ିଶା ଏଫ୍ସି ଏହି ପ୍ରତିଯୋଗିତାରେ ଅପରାଜେୟ ଧାରା ବଜାୟ ରଖିବା ସହ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛି। ଏପର୍ଯ୍ୟନ୍ତ ଓଡ଼ିଶା ୬ ମ୍ୟାଚ୍ ଖେଳି ୩ ଲେଖାଏଁ ବିଜୟ ଓ ଅମୀମାଂସିତ ପାଇଛି। ଗୁରୁବାର ଓଡ଼ିଶା ଏଫ୍ସି ଗୋଲ୍ରକ୍ଷକ ଅଲ୍ଲୀଫ୍ ରହମାନ ମୋଲ୍ଲାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପଞ୍ଜାବ ଖେଳାଳିମାନେ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲେ। ଓଡ଼ିଶା ଏଫ୍ସିର ଯୁବ ରକ୍ଷଣଭାଗ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ଦ୍ବିତୀୟାର୍ଧରେ ଓଡ଼ିଶା ଏଫ୍ସି କିଛି ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା। ଫଳରେ ମ୍ୟାଚ୍ ଗୋଲ୍ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଓଡ଼ିଶା ତା’ର ପରବର୍ତୀ ମ୍ୟାଚ୍ ଜାନୁଆରି ୧୪ ତାରିଖରେ ୟୁଥ୍ ଫୁଟ୍ବଲ୍ କ୍ଲବ୍ ସହ ଖେଳିବ।
ଏଆଇଏଫ୍ଏଫ୍ ଏଲିଟ୍ ଲିଗ୍, ପଞ୍ଜାବ ସହ ପଏଣ୍ଟ୍ ବାଣ୍ଟିଲା ଓଡ଼ିଶା ଏଫ୍ସି
/sambad/media/post_attachments/wp-content/uploads/2020/01/dfhf65d4hf98sdh7f98h765sfh4f65h4f65h4fhfshsfhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)