ଏଆଇଏଫ୍‌ଏଫ୍‌ର ଦୁଇ ଦିନିଆ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମ ୩୧ରୁ

କଟକ: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ କଟକରେ ଦୁଇ ଦିନିଆ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମ ଆସନ୍ତା ୩୧ ଓ ଅପ୍ରେଲ୍‌ ୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌କୁ ନଜରରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଇଛି। ଏହାବ୍ୟତୀତ ଏଏଫ୍‌ସି ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ବୟସ ବର୍ଗର ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ପ୍ରକ୍ରିୟା ମଧ୍ୟ ଏହିଠାରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ଏଠାରୁ ରାଜ୍ୟର ବିଭିନ୍ନ ବୟସ ବର୍ଗର ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ମଧ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଖେଳାଳିମାନେ ୨୦୦୧ ଜାନୁଆରି ୧ରୁ ୨୦୦୪ ଡିସେମ୍ବର ୩୧ ତାରିଖ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏହାବ୍ୟତୀତ ପରିଚୟ ପତ୍ର, ଜନ୍ମ ପ୍ରମାଣ ପତ୍ର ଓ ସମସ୍ତ ଖେଳ ଉପକରଣ ନେଇ ଫାଓ କାର୍ଯ୍ୟାଳୟରେ ମାର୍ଚ ୩୧ ତାରିଖରେ ପହଞ୍ଚିବାକୁ କୁହାଯାଇଛି। ସବିଶେଷ ବିବରଣୀ ପାଇଁ ସୁବାଶିଷ ବେହେରା (୭୦୦୮୯୬୭୫୬୭/ ୯୧୨୪୫୫୫୬୬୬)ଙ୍କ ସିହତ ଯୋଗାଯୋଗ କରିବାକୁ ରାଜ୍ୟ ଫୁଟବଲ୍‌ ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର