ମନୁ ଭାକରଙ୍କୁ ଏୟାର୍‌ ଇଣ୍ଡିଆର ଜବାବ: ବିମାନରେ ନେଉଥିବା ଅସ୍ତ୍ରର ଆଇନଗତ କାଗଜପତ୍ର ମାଗିଥିଲେ କର୍ମଚାରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସୁଟିଙ୍ଗ୍‌ ଏକାଡେମିରେ ତାଲିମ ନିମନ୍ତେ ବିମାନରେ ବନ୍ଧୁକ ନେବା କାରଣରୁ ଅପରାଧୀଙ୍କ ପ୍ରତି ହେଉଥିବା ଆଚରଣର ସରବ୍ୟ ହୋଇଛନ୍ତି ବୋଲି ସୁଟର୍‌୍‌ ମନୁ ଭାକରଙ୍କ ଦାବିର ପ୍ରତ୍ୟୁତ୍ତର ଦେଇ ଏୟାର୍‌ ଇଣ୍ଡିଆ କହିଛି ଯେ, ତାଙ୍କ କର୍ମଚାରୀମାନେ ବନ୍ଧୁକର ଆଇନଗତ କାଗଜପତ୍ର ମାଗିଥିଲେ।

୧୯ ବର୍ଷୀୟ ଅଲିମ୍ପିକ୍‌ ସୁଟର୍‌ ଭାକର ଶୁକ୍ରବାର ଦିନ ଏୟାର୍‌ ଇଣ୍ଡିଆ ବିରୋଧରେ ଏଭଳି ଅଭିଯୋଗ କରିଥିଲେ।

ଟୁଇଟ୍‌ କରି ଏହି ଅର୍ଜୁନ ପୁରସ୍କାର ପ୍ରାପ୍ତ ସୁଟର୍‌ ଲେଖିଥିଲେ, ବନ୍ଧୁକ ଏବଂ ସୁଟିଙ୍ଗ୍‌ ଉପକରଣ ନେଇ ଯିବାର ଅନୁମତି ପତ୍ର ନ ଥିବା ଦର୍ଶାଇ ଦିଲ୍ଲୀରୁ ଭୋପାଳ ଯାଉଥିବା ନିର୍ଦ୍ଧାରିତ ବିମାନରେ ପ୍ରଥମ ଥର ଲାଗି ତାଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଗଲା ନାହିଁ। ବିମାନର କର୍ମଚାରୀମାନେ ତାଙ୍କୁ ଲାଞ୍ଚ ମଧ୍ୟ ମାଗିଥିଲେ।

Image Courtesy of Twitter

ତାଙ୍କ ପ୍ରତି ଅପରାଧୀଙ୍କ ପରି ଆଚରଣ କରାଯାଇଥିବା କଥା ସେ ଅଭିଯୋଗ କରିଥିଲେ।

କିନ୍ତୁ, ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଏୟାର୍‌ ଇଣ୍ଡିଆ ଭାକରଙ୍କ ଦାବିକୁ ଖଣ୍ଡନ କରି ଟୁଇଟ୍‌ କରିଥିଲେ କି, ଦିଲ୍ଲୀ ବିମାନ ବନ୍ଦରସ୍ଥିତ ଆମ ଟିମ୍‌ ସୁନିଶ୍ଚିତ ଯେ, ଆମ କାଉଣ୍ଟର୍‌ର କର୍ମଚାରୀମାନେ ନିୟମ ଅନୁଯାୟୀ ବିମାନରେ ଅସ୍ତ୍ର ନେବା ସକାଶେ ଆବଶ୍ୟକ କାଗଜପତ୍ର ମାଗିଥିଲେ। ତାହା ନ ଥିବାରୁ ଏଥିନିମନ୍ତେ ନିର୍ଦ୍ଧାରିତ ମୂଲ୍ୟ ପୈଠ କରିବାକୁ କହିଥିଲେ। କେହି ଲାଞ୍ଚ ମାଗିନାହାନ୍ତି। ଆପଣ ବୈଧ୍ୟ କାଜଗପତ୍ର ଦେଖାଇବା ପରେ ବିମାନ ଯାତ୍ରା ଲାଗି ତୁରନ୍ତ ଅନୁମତି ମିଳିଥିଲା। ସୂଚନା ଯୋଗ୍ୟ, କ୍ରୀଡ଼ାବିତ୍‌ମାନଙ୍କୁ ଏୟାର୍‌ ଇଣ୍ଡିଆ ସବୁବେଳେ ଉତ୍ସାହ ଓ ସମ୍ମାନ ପ୍ରଦର୍ଶନ କରିଥାଏ। ଅନେକ ପ୍ରସିଦ୍ଧ କିଂବଦନ୍ତି ଖେଳାଳି ଆମ ସହ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର