ଆଝାରଙ୍କୁ ବଞ୍ଚାଇଦେଲା ଏୟାରବ୍ୟାଗ୍

ଜୟପୁର : ଏକ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଅକ୍ଷତ ଅବସ୍ଥାରେ ବର୍ତ୍ତି ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ। ନୂଆବର୍ଷ ପାଳନ ପାଇଁ ଆଝାର ବୁଧବାର ନିଜ ପରିବାର ସହ ରାଜସ୍ଥାନର ଜୈସଲମେର ଯାଉଥିଲା ବେଳେ ସୂରୱାଲ ନାମକ ଏକ ସ୍ଥାନରେ ଡ୍ରାଇଭର ତାଙ୍କ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲା। ଫଳରେ କାର୍‌ଟି ରାସ୍ତାକଡ଼ରେ ଥିବା ଏକ ଢାବାରେ ପିଟି ହୋଇ ଯାଇଥିଲା। ଏଥିରେ କାର୍‌ର ଆଗପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା। ତେବେ ଆଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଏହି ଏସ୍‌ୟୁଭି କାର୍‌ର ଏୟାରବ୍ୟାଗ୍‌ ହିଁ ଆ‌ଝାରଙ୍କ ଜୀବନ ବଞ୍ଚାଇ ‌ଦେଇଥିଲା। କାର୍‌ରେ ଯାତ୍ରା କରୁଥିବା ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟଙ୍କୁ କିନ୍ତୁ ଛୋଟ କାଟିଆ ଆଘାତ ଲାଗିଥିଲା। ତେବେ ଢାବାର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଆଝାର ଅନ୍ୟଏକ କାର୍‌ରେ ଜୈସଲମେର ଯାଇ ସା‌ରିଥିଲେ। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ବେଳେ ଆଝାରଙ୍କୁ କାର୍‌ର ଗତି ନେଇ ପଚରା ଉଚାର କରିପାରେ। ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଏକ ମୋଟର ସାଇକେଲ୍ ଦୁର୍ଘଟଣାରେ ଆଝାରଙ୍କ ସାନ ପୁଅର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର